Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ
August 31
11:36 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୮: ପାରଳାଖେମୁଣ୍ଡି ସ୍ଥିତ ଉପ-କାରାଗାରରେ ପ୍ରଗତି ଅନୁଷ୍ଠାନ ଆନୁକୁଲ୍ୟରେ ଏକ ଆକର୍ଷଣୀୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଉପ-କାରାଗାରର ଅଧ୍ୟକ୍ଷ ହନୁ ସେଠୀ ଏବଂ ଉପାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଗତି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ , ମୁଖ୍ୟଅତିଥି ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ମୁଖ୍ୟବକ୍ତା ଭାବେ ଶ୍ରୀ ନରସିଂହ ଗୌଡ଼ , ସ୍ଵତନ୍ତ୍ର ଅତିଥି ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଶ୍ରୀମତୀ ମାନସୀ ପଣ୍ଡା , ବିଶିଷ୍ଟ ଅତିଥି ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ଏବଂ ନାରୀ ସଶକ୍ତିକରଣ\’ର ସାମାଜିକ କର୍ତ୍ତବ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବେ ମତବ୍ୟକ୍ତ କରିଥିଲେ।
ପାୟଲ ପାତ୍ର , ରାଜେଶ୍ୱରୀ ସ୍ୱାଇଁ , ଶୁଭଶ୍ରୀ ସାହୁ , ରାଧାରାଣୀ ଗୌଡ଼ ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନ ର ତାତ୍ତ୍ୱିକ ଆଲୋଚନା କରିଥିଲେ।
ଏହି ଅବସରରେ ଅନ୍ତ୍ୟେବାସୀ ଙ୍କ ଦ୍ଵାରା ବକୃତା ,ପ୍ରବନ୍ଧ ,କଣ୍ଠ ସଙ୍ଗୀତ , ଏକକ ଅଭିନୟ , ଝୋଟୀ , ହୁଳହୁଳି , ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ କୃତିତ୍ୱ ହାସଲ କଲେ , ସେମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଶେଷରେ ରାକ୍ଷୀ ବନ୍ଧନ ସହ ମିଷ୍ଟାନ୍ନ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ କାରାଗାରର ସମସ୍ତ କର୍ମଚାରୀ , ଅ୬ନ୍ତବାସୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସମ୍ପାଦିକା ତନୁଜା ଶତପଥୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930