Legatus

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ
March 10
19:37 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୩: ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପରିସରରେ “ପ୍ରଗତି ମହିଳା ସଂଗଠନ ଏବଂ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ପ୍ରଗତି ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟକ୍ରମରେ ସଂଗଠନର ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନର ଉପଦେଷ୍ଟା ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହି ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ କହି ବିବରଣୀ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଆଜିର ନାରୀଙ୍କ ତ୍ୟାଗ , ନିଷ୍ଠା ଓ ସମର୍ପଣ ଭାବ ଉପରେ କହିଥିବା ବେଳେ ନାରୀ ଜାତି ଓ ମାତୃ ସମ୍ମାନ ଉପରେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ପୁରାତନ ନାରୀଙ୍କ ଠାରୁ ସାଂପ୍ରତିକ ସମାଜରେ ବିକାଶନ୍ମୁଖୀ ନାରୀର ଗୁରୁତ୍ଵ ସମ୍ପର୍କରେ ବୁଝାଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ଆମୋଦ କୁମାର ବର୍ଦ୍ଧନ ନିଜ ବକ୍ତବ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହାକୁ ବର୍ଷ ସାରା ପାଳନ କରିବା ଉପରେ କହିଥିଲେ।
ପ୍ରଗତି ମହିଳା ସଂଗଠନର ସଂଯୋଜକ ତଥା ଉପସଭାପତି ଶ୍ରୀ ଲୋକନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୂର୍ବରୁ ଅନୁଷ୍ଠିତ ତର୍କ , ଝୋଟି , ନୃତ୍ୟ , ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତା\’ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା।
ମହିଳା ଦିବସ ଏବଂ ପବିତ୍ର ମହା ଶିବରାତ୍ରୀ ଅବସରରେ ମନୋରଞ୍ଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ- ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଗତି ମହିଳା ସଂଗଠନର କୋଷାଧ୍ୟକ୍ଷ। ତଥା ବରିଷ୍ଠ ସଦସ୍ୟା ଶ୍ରୀମତୀ ମାନସୀ ପଣ୍ଡା ଏବଂ ଶରତ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31