Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନର ମିଳିତ ଆନୁକୁଲ୍ୟରେ ଗୁରୁପୂଜନ ସମାରୋହ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନର ମିଳିତ ଆନୁକୁଲ୍ୟରେ ଗୁରୁପୂଜନ ସମାରୋହ

September 06
12:18 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,6/9: ପାରଳାଖେମୁଣ୍ଡି ସ୍ଥିତ ଆଜି  ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନ୍ ପରିସରରେ ସୋମବାର ଦିନ ପ୍ରଗତି ମହିଳା ସଂଗଠନ ଏବଂ ୟୁ-ଟେକ୍ କମ୍ପ୍ୟୁଟର ଏଜୁକେସନ୍ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ ଉତ୍ସବ ଏବଂ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।

  ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ତଥା  ଅନୁଷ୍ଠାନର ସଂଯୋଜକ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟଭିତ୍ତିକ ଆଲୋଚନା ଏବଂ ମାଧ୍ୟମିକ ମହାବିଦ୍ୟାଳୟ ସ୍ତରରେ ଏକ ତର୍କ ପ୍ରତିଯୋଗିତା ଅନଷ୍ଟିତ ହୋଇଥିଲା  ।

 ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିବା ବେଳେ  ଏଥିରେ ମୁଖ୍ୟଅତିଥି ଭାବେ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ମୁଖ୍ୟବକ୍ତା ଭାବେ ଶ୍ରୀ ହରି ମୋହନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଗତି ମହିଳା ସଙ୍ଗଠନର  ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ, ସଂପାଦିକା ଶ୍ରୀମତୀ ତନୁଜା ଶତପଥୀ , ଉପ-ସଭାନେତ୍ରୀ ଶ୍ରୀମତୀ ମାନସୀ ପଣ୍ଡା ପ୍ରଭୃତି ମଞ୍ଚାସୀନ ହୋଇ ଗୁରୁ ପରମ୍ପରାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୫ ତମ ଜନ୍ମ ଦିବସ ପାଳନ ଅବସରରେ ମଞ୍ଚାସିନ ମୁଖ୍ୟଅତିଥି ଶ୍ରୀ ଜେନା ଏବଂ ମୁଖ୍ୟବକ୍ତା ଶ୍ରୀ ପଟନାୟକଙ୍କ ଗହଣରେ ଉପସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଛାତ୍ରିଛାତ୍ର ମାନଙ୍କ ମିଳିତରେ ଏକ କେକ୍ କଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପରେ ଏକ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଞ୍ଚାସିନ ଅତିଥି ମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ଦେଇ ମଞ୍ଚାସିନ ଅତିଥିମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।  ପରେ ଏହି କାର୍ଯ୍ୟକ୍ରମ’ରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ୍ ଶ୍ରୀ ବି ନନ୍ଦ ବେବର୍ତ୍ତା ଏବଂ ଶ୍ରୀ ହରି ମୋହନ ପଟନାୟକଙ୍କୁ ଉପସ୍ଥିତ ଛାତ୍ରୀ ମାନେ ଗୁରୁ ସମ୍ମାନ ପୂର୍ବକ ସେମାନଙ୍କୁ ମଥାରେ ସିନ୍ଦୂର ଚନ୍ଦନ ଦେଇ ମୁଣ୍ଡରେ ଦୁବ ହଳଦୀ ଚାଉଳ ପକାଇ ଏବଂ ଉପଢ଼ୌକନ ଦେଇ ସମ୍ମାନିତ କରିବା ସହ ଗୁରୁ ପୁଜନ କାର୍ଯ୍ୟକ୍ରମ ସଂପାଦନ କରିଥିଲେ ।

ଛତ୍ରିଛାତ୍ର ମାନଙ୍କୁ ଆଶୀର୍ବାଦ ଦେଇ ଗୁରୁଙ୍କ ଉପଦେଶ ମାନିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ନିଜକୁ ଭଲ ମଣିଷ ଭାବେ ଗଢ଼ିବାକୁ ଆହ୍ବାନ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ  ଶ୍ରୀ ତ୍ରିପତୀ ପ୍ରସାଦ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା ଏବଂ ଶ୍ରୀମତୀ ସବିତା ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

ଶେଷରେ ରଙ୍ଗାରଙ୍ଗ  ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031