Indus Valley Times

ଗଜପତି: ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ

 Breaking News

ଗଜପତି: ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ

ଗଜପତି: ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ
August 16
10:44 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୮:ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ମାତା ଶକୁନ୍ତଳା ପଣ୍ଡା(୮୫)ଙ୍କ କେଉଟ ସାହି ସ୍ଥିତ ତାଙ୍କ ନିଜସ୍ଵ ବାସ ଗୃହ ଠାରେ ଗତକାଲି ରାତ୍ର ୭ଘଣ୍ଟା ସମୟରେ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳେ ତାଙ୍କ ନିକଟରେ ତାଙ୍କର ପୁଅ , ବଉ , ଝିଅ , ଜ୍ବାଇଁ , ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ବର୍ଗତା ଶଳୁନ୍ତଳା ଜଣେ ଧର୍ମ ପରାୟଣ ଓ ମେଳାପି ଥିଲେ । ତାଙ୍କ ବିୟୋଗ ରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ଓ ପ୍ରେସ କ୍ଲବ ସମେତ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷ ପକ୍ଷରୁ ଗଭୀର ଶୋକ ପ୍ରକାଶ କରା ଯାଇଛି ।
ତାଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କ ସମେତ ହାଇଟେକ୍ ଗ୍ରୁପର ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା କଂଗ୍ରେସ ଦଳ ଉପ-ସଭାପତି ଶ୍ରୀ ବସନ୍ତ ପଣ୍ଡା , ପୂର୍ବତନ ନଗର ପାଳ ଶ୍ରୀ ନୁସିଂହ ଚରଣ ପଟ୍ଟନାୟକ , ପୂର୍ବତନ ଉପ-ନଗରପାଳ ଶ୍ରୀ ଅଭିମନ୍ୟୁ ପଣ୍ଡା , ଆଇନଜିବୀ ଶ୍ରୀ ନରେଶ ପାତ୍ର (ସାନ) , ଶ୍ରୀ ଅରୁଣ କୁମାର ପରିଡ଼ା (ବାବୁଲି) , ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ , ବରିଷ୍ଠ ସାମ୍ବାଦିକ ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଦେବାଶିଷ ପାଢ଼ୀ , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର , ଶ୍ରୀ ଆମୋଦ ବର୍ଦ୍ଧନ , ଶ୍ରୀ ଜଗଦୀଶ ପଣ୍ଡା , ଶ୍ରୀ ବୀର କିଶୋର ପଟ୍ଟନାୟକ , ଶ୍ରୀ କୃଷ୍ଣ ବେହେରା , ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ , ଶ୍ରୀ ପିଣ୍ଟୁ ପାଟ୍ଟଯୋଶୀ , ଶ୍ରୀ ଆଦର୍ଶ ଦାସ , ଶ୍ରୀ ରୁପେଶ ସାହୁ , ଶ୍ରୀ ସନ୍ତୋଷ ପଟ୍ଟନାୟକ , ଶ୍ରୀ ବାପି ପଣ୍ଡା , ଶ୍ରୀ ହରିହର ପଟନାୟକ , ଶ୍ରୀ ସୀତାନାଥ ପଣ୍ଡା , ଶ୍ରୀ ନାଗୁ ନାଗେଶ୍ଵର ମହାପାତ୍ର , ଶ୍ରୀ ବାବୁ ଦାସ , ଶ୍ରୀ ରାମ ଗୋବିନ୍ଦ ଆଚାର୍ଯ୍ୟ , ଶ୍ରୀ ଏ.ରାମୁ , ଶ୍ରୀ ଅନିଲ କୁମାର , ଶ୍ରୀ କେ. ରାମସ୍ଵାମି , ଶ୍ରୀ ଶିଶିର ଗୌଡ , ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଓ ଶ୍ରୀ ବାଦଲ ବର୍ଦ୍ଧନ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031