Indus Valley Times

ଗଜପତି :ବାଘଶାଳା “ରାଧାକାନ୍ତ ମଠ” ମହନ୍ତ ଭାବେ ଦାୟିତ୍ୱ ନେଲେ ମହାରାଜ ଗୋପାଳ ଦାସଜୀ, ପାରଳା ବିଧାୟକଙ୍କ ଉପସ୍ଥିତିରେ ହେଲା ଉତ୍ତରାଧିକାରୀ ଘୋଷଣା

 Breaking News

ଗଜପତି :ବାଘଶାଳା “ରାଧାକାନ୍ତ ମଠ” ମହନ୍ତ ଭାବେ ଦାୟିତ୍ୱ ନେଲେ ମହାରାଜ ଗୋପାଳ ଦାସଜୀ, ପାରଳା ବିଧାୟକଙ୍କ ଉପସ୍ଥିତିରେ ହେଲା ଉତ୍ତରାଧିକାରୀ ଘୋଷଣା

ଗଜପତି :ବାଘଶାଳା “ରାଧାକାନ୍ତ ମଠ” ମହନ୍ତ ଭାବେ ଦାୟିତ୍ୱ ନେଲେ ମହାରାଜ ଗୋପାଳ ଦାସଜୀ, ପାରଳା ବିଧାୟକଙ୍କ ଉପସ୍ଥିତିରେ ହେଲା ଉତ୍ତରାଧିକାରୀ ଘୋଷଣା
August 08
21:54 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୮ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ “ରାଧାକାନ୍ତ ମଠ”ର ନୂତନ ମହନ୍ତ ଭାବେ ମହାରାଜ ଗୋପାଳ ଦାସଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜ ମାନଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ସମ୍ପୃକ୍ତ ମଠ ର ପୂର୍ବତନ ମହନ୍ତ ରାଧାଚରଣ ଦାସଜୀଙ୍କ ବିୟୋଗ ପରେ ଦୀର୍ଘଦିନ ଧରି ରାଧାକାନ୍ତ ମଠରେ ସ୍ଥାୟୀ ମହନ୍ତ ନ ଥିବାରୁ ମଠର ପରିଚାଳନାକୁ ନେଇ ଅନିଶ୍ଚିତତା ରହିଥିଲା। ମଠ ଅଧୀନରେ ପରିଚାଳିତ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂର୍ବରୁ କାଶୀନଗର ମହନ୍ତ ମହାରାଜଜୀଙ୍କୁ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ସ୍ଥାୟୀ ଭାବେ ମହନ୍ତ ଦାୟିତ୍ୱ ଗ୍ରହଣ ହୋଇ ନ ଥିଲା।
ଏହି ପରିପ୍ରେକ୍ଷୀରେ ଆଜି ଏକ ବିଶେଷ ଧାର୍ମିକ ଓ ପରମ୍ପରାଗତ ପ୍ରକ୍ରିୟା ମଧ୍ୟରେ ଗୋପାଳ ଦାସଜୀଙ୍କୁ ରାଧାକାନ୍ତ ମଠର ମହନ୍ତ ମହାରାଜ ଭାବେ ଉତ୍ତରାଧିକାରୀ ତଥା ଚେଲା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସହ ପୁରୀ ରାଧାକାନ୍ତ ମଠର ମହନ୍ତ ମହାରାଜଜୀ, ପାରଳାଖେମୁଣ୍ଡି ମଠ ମାନଙ୍କ ମହନ୍ତ ମହାରାଜଜୀ, ଟେକିଲି ମଠ ମହନ୍ତ ମହାରାଜଜୀ, ଶ୍ରୀକାକୁଲମ ମଠ ମହନ୍ତ ମହାରାଜଜୀ, ଚାଙ୍ଗୁଡ଼ି ମଠ ମହନ୍ତ ମହାରାଜଜୀ ମାନଙ୍କ ସମେତ ବିଭିନ୍ନ ମଠର ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଗୋପାଳ ଦାସ ମହାରାଜଜୀ ମହନ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମଠର ଧାର୍ମିକ ପରମ୍ପରା, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ମଠ ପରିଚାଳିତ ବିଦ୍ୟାଳୟର କାର୍ଯ୍ୟକୁ ସୁଚାରୁ ଭାବେ ଚଳାଇବା ନେଇ ଆଶା ପ୍ରକାଶ ପାଇଛି।
ଗୋପାଳ ଦାସ ମହାରାଜ ଜୀଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ସ୍ଥାନୀୟ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31