Indus Valley Times

ଗଜପତି: ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ବ୍ଲକ ସ୍ତରୀୟ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ବ୍ଲକ ସ୍ତରୀୟ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

June 12
20:16 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୬: ସମଗ୍ର ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନ-ଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ୪୦ ଜଣ କିଶୋର ଓ କିଶୋରୀ ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ: ଶ୍ରୀ ପିତାମ୍ବର ବେହେରା , ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଦ୍ୱାରା ଶିଶୁ-ମାନଙ୍କ ଉପରେ କି ପ୍ରକାର କୁପ୍ରବାହ ପଡିଥାଏ , ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ତେରେସ୍କୋବା ମଲ୍ଲିକ , ଯୋଗଦେଇ ବାଲ୍ୟ ବିବାହ ଆଇନ -୨୦୦୬ ସହିତ ଦଣ୍ଡ ବିଧାନ ଓ ଆର୍ଥିକ ଜୋରିମାନା ବିଷୟରେ ଜଣାଇବା ସହ ପ୍ରତ୍ୟେକ ଶନିବାର ଦିନ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା “ଅଦ୍ଵିକା” କାର୍ଯ୍ୟକ୍ରମରେ ପ୍ରତ୍ୟେକ କିଶୋରୀ ମାନେ ଉପସ୍ଥିତ ରହିବା ପାଇଁ ଜଣାଇବା ସହ କାର୍ଯ୍ୟକ୍ରମ ରେ କଣ କଣ ଶିକ୍ଷା ଦିଆ ଯାଉଅଛି , ସେହି ବିଷୟରେ ଶିଶୁମାନଙ୍କୁ ବୁଝାଇ ଥିଲେ ।
ଓଡିଶା ଜୀବିକା ମିଶନର ବିପିଏମ ସୁଶ୍ରୀ ଲତିକା ଦେବୀ , ଶିଶୁ ମାନେ ବାଲ୍ୟ ବିବାହ ଦ୍ୱାରା କିପରି ସେମାନେ ନିଜ ଅଧିକାରକୁ ହରାଇ ବସିବା ସହ ମାନସିକ ଓ ଶାରୀରିକ ବିକାଶରେ କିପରି ବାଧା ପ୍ରାପ୍ତ ହୋଇଥାଏ , ସେହି ବିଷୟରେ ଶିଶୁ ମାନଙ୍କୁ ଜଣାଇଥିଲେ ।
ଆକ୍ସନ-ଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଗ୍ରାମରେ ପରିବାର ଗୁଡିକ ପକ୍ଷରୁ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବେ ।
ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା , ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନା ଶିକାରରୁ ସୁରକ୍ଷିତ ରଖିବା ଏବଂ ଦକ୍ଷ କିଶୋର ଓ କିଶୋରୀ ପ୍ରସ୍ତୁତି ନିମନ୍ତେ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇ ଗ୍ରାମ ସ୍ତରରୁ ଆରମ୍ଭ କରି ପଞ୍ଚାୟତ , ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଏକ ଆଦର୍ଶ ଜିଲ୍ଲା ରୂପେ ପରିଣତ କରିବା ପାଇଁ ଆହ୍ବାନ କରିବା ସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରା ଯାଇଥିଲା ।
ଏଥିସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ସହ ମିଳିତ ଭାବେ ବାଲ୍ୟ ବିବାହ ରୋକାଯିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ କାର୍ଯ୍ୟକ୍ରମରେ ନିଷ୍ପତି ନିଆ ଯାଇଥିଲା ।
ଏ ଦିଗରେ ନେହୁରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଶ୍ରୀ ଦେବାଶିଷ ପାଇକ କିଶୋର ଏବଂ କିଶୋରୀ ମାନଙ୍କୁ ନେଇ ନେହୁରୁ ଯୁବ କେନ୍ଦ୍ର କରୁଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଜଣାଇ ଥିଲେ ।
ଚାଇଲଡ୍ଡ-ଲାଇନର ମେମ୍ବର ରବୀନ୍ଦ୍ର ପଣ୍ଡା ଚାଇଲଡ୍ଡ-ଲାଇନ କିପରି ଶିଶୁ ଓ ଯତ୍ନ ଆବଶକ୍ୟ କରୁଥିବା ଶିଶୁଙ୍କୁ ସହାୟତା ଯୋଗାଈ ଆସୁଛି , ସେହି ବିଷୟରେ ଜଣାଇ ଥିଲେ ।
କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ର ଅଞ୍ଚଳ ପରିଦର୍ଶିକା , ଅଙ୍ଗନବାଡି କର୍ମୀ, ନେହୁରୁ ଯୁବ କେନ୍ଦ୍ରର ଯୁବ ସଭାପତି , ସମ୍ପାଦକ , ଓ ବ୍ଲକର ଯୁବ ଗୋଷ୍ଟି , ଆକ୍ସନଆଡ୍ଡର ଇନ୍ଧୁମତୀ ଦେବୀ , ଝରଣା କୁମ୍ଭ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଆକ୍ସନ-ଆଡ୍ଡର ବ୍ଲକ ସଂଯୋଜକ ଶ୍ରୀ ବିଜୟ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031