Indus Valley Times

ଗଜପତି : ବାଲ୍ୟ ବିବାହ ବନ୍ଦ ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ବାଲ୍ୟ ବିବାହ ବନ୍ଦ ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

May 28
10:10 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି, ୨୮/୫: ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନ-ଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦୁଇଗୋଟି ପଞ୍ଚାୟତ , ଯଥା:- ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ଓ ଜିରାଙ୍ଗ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି ।
ଉକ୍ତ ପଞ୍ଚାୟତ ଦ୍ଵୟରେ ସ୍ୱାସ୍ଥ୍ୟ ବିଭାଗ ର ୧୧୯ ଜଣ ଆଶାକର୍ମୀ ଉପସ୍ଥିତ ରହିଥିଲେ ୲ ଆକ୍ସନ-ଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଆଗଧାଡିର କର୍ମକର୍ତ୍ତା ଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏ ସବୁ ଉପରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କିଭଳି କ୍ଷୁର୍ଣ୍ଣ ହୋଇଥାଏ , ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରେ କିଭଳି ବଞ୍ଚିତ ହୋଇଥାଏ ଓ ମାନସିକ ନିର‌୍ୟାତନା ର ଶିକାର ହୋଇଥାଏ ।
ନିଜେ ନିଷ୍ପତ୍ତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରେଇ ଥିଲେ ।
ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି ।
ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା । ଗ୍ରାମରେ, ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା , ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ସହ ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନା ଶିକାରରୁ ସୁରକ୍ଷିତ ରଖିବା ଏବଂ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି କରାଯାଇ ଥିଲା ।
ଆମ ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ପରିଣତ କରିବା ନିମନ୍ତେ ଆଗ ଧାଡିର କର୍ମଚାରି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରିଶପା ଭୂୟାଁ (ସରପଞ୍ଚ, ଜୀରାଙ୍ଗ) ଆକ୍ସନ-ଆଡ୍ଡର ଶ୍ରୀ ବିଜୟ ପ୍ରଧାନ (ବ୍ଲକ ସଂଯୋଜକ), ଇନ୍ଧୁମତୀ ଦେବୀ , ଝରଣା କୁମ୍ଭ ଓ ମେଡିକାଲ ରୁ ଡାଃ ଶ୍ରୀ ଭୀମ ଶବର, (ଜିରାଙ୍ଗ ସିଏଚସି), ଡାଃ ଗୀତାଞ୍ଜାଳୀ ଶତପଥୀ , ଡାଃ ସାମନ୍ତ ରାଈ , ଶ୍ରୀ ଦୀପକ ପାଣିଗ୍ରାହୀ ((ଡିଭିଏଲକେ), ଆରବିଏସକେ ର ଇନଚାର୍ଜ ଶ୍ରୀ ଭାଗୀରଥୀ ନାୟକ (ଜୀରାଙ୍ଗ ମେଡିକାଲ ସୁପର ଭାଇଜର ) ଓ ଏଏନଏମ ମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930