Indus Valley Times

ଗଜପତି: ବାଲ୍ୟ ବିବାହ ରୋକିବା ଓ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ସଚେତନତା ରଥ ପରିକ୍ରମା”

 Breaking News

ଗଜପତି: ବାଲ୍ୟ ବିବାହ ରୋକିବା ଓ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ସଚେତନତା ରଥ ପରିକ୍ରମା”

ଗଜପତି: ବାଲ୍ୟ ବିବାହ ରୋକିବା ଓ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ସଚେତନତା ରଥ ପରିକ୍ରମା”
April 01
10:47 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୪: କୈଳାଶ ସତ୍ୟାର୍ଥ ଚିଲଡ୍ରେନ ଫାଉଣ୍ଡେସନ ସହାୟତାରେ ଏବଂ ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଓୟା ବିଦ୍ୟାଳୟ ପରିସରରେ ସମିତି ସଭ୍ୟଙ୍କ ଦ୍ୱାରା ସଚେତନତା ରଥ ପରିକ୍ରମାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ରଥ ପରିକ୍ରମାର ମୂଳ ଲକ୍ଷ୍ୟ ହେଲା ଯେ ,”ଏହି ଅକ୍ଷୟ ତୁତୀୟାରେ ଭାରତରେ କୌଣସି ଶିଶୁ ବାଲ୍ୟ ବିବାହ ହେବ ନାହିଁ”।
ଏହି ସଚେତନତା ରଥ ରାୟଗଡ଼ ବ୍ଲକର ଗଙ୍ଗାବାଡ , ଲକ୍ଷ୍ମୀପୁର , କଇଁପୁର ପ୍ରଭୃତି ପଞ୍ଚାୟତର ବିଦ୍ୟାଳୟ ଓ ଗ୍ରାମାଞ୍ଚଳ ମାନଙ୍କରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଓ ଶିଶୁଙ୍କ ବାଧ୍ୟତା ମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଶିଶୁ ମାନଙ୍କୁ ବିଦ୍ୟାଳୟ ଯିବା ନିମନ୍ତେ ଉତ୍ସାହିତ କରିବା ଓ ଜନସାଧାରଣ ମାନଙ୍କୁ ସଚେତନତା କରିବା ହେଉଛି ଏହି ରଥ ପରିକ୍ରମା କରିବାର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରତି ଗ୍ରାମର ଜନସାଧାରଣ ନିଜର ଶିଶୁ ମାନଙ୍କୁ କମ୍ ବୟସରେ ବିବାହ ନ କରି ପ୍ରାପ୍ତ-ବୟସ ଝିଅକୁ ୧୮ ବର୍ଷ ବୟସ ଏବଂ ପୁଅକୁ ୨୧ ବର୍ଷ ବୟସରେ ବିବାହ କରିବା ଦ୍ୱାରା ଜନ୍ମିତ ଶିଶୁର ଶାରୀରିକ ଓ ମାନସିକ କ୍ଷେତ୍ରରେ ଉପଯୁକ୍ତ ଭାବେ ବିକାଶ ହୋଇଥାଏ , ଏହା ସହ ଶିଶୁ ମାନଙ୍କୁ କୌଣସି ଘରୋଇ କାମ ବା ମଜୁରୀ କାମ ରେ ନିୟୋଜିତ ନ କରି ବିଦ୍ୟାଳୟ ଯିବା ନିମନ୍ତେ ପ୍ରେରଣା ଯୋଗେଇବେ , ଏହା ଦ୍ବାରା ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଶ୍ରମିକ ଭଳି ଶୋଷଣ ଓ ନିର‌୍ୟାତନା ରୁ ରକ୍ଷା ପାଇବା ସହ ସମାଜ ର ମୁଖ୍ୟ ସ୍ରୋତରେ ସେମାନେ ସାମିଲ ହେବାର ସୁଯୋଗ ପାଇଥାନ୍ତି ।
ତେଣୁ ପ୍ରତି ଗ୍ରାମର କୋଣ ଅନୁକୋଣରେ ଏହି ବାର୍ତ୍ତା ପ୍ରେରିତ କରିବା ଏବଂ ଶିଶୁ ଓ ଜନସାଧାରଣ ମାନଙ୍କୁ ଏଭଳି କୁ ଚିନ୍ତା ଠାରୁ ମୁକ୍ତ କରି ଶିଶୁର ବିକାଶ କରିବା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଶିଶୁ , ଶିକ୍ଷକ, ୱାର୍ଡ ମେମ୍ବର , ଗ୍ରାମର ମୁଖିଆ , ଯୁବକ ସଙ୍ଘ ଓ ସିସିଡି: ର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ପ୍ରଧାନ , ଇନ୍ଦୁମତୀ ଦେବୀ , କାବେରୀ ଗମାଙ୍ଗ , ଜ୍ୟୋତି ଭୂୟାଁ , ଶଙ୍କର ନାୟକ ଓ ଗୋପାଳ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031