Indus Valley Times

ଗଜପତି: “ବାଲ୍ୟ ବିବାହ ରୋକିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: “ବାଲ୍ୟ ବିବାହ ରୋକିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: “ବାଲ୍ୟ ବିବାହ ରୋକିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
March 31
10:50 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୩: ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ କୈଳାଶ ସତ୍ୟାର୍ଥୀ ଚିଲରେନ ଫାଉଣ୍ଡେସନ ଓ ସିସିଡି” ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବାଲ୍ୟ ବିବାହ , ଶିଶୁ ଶ୍ରମିକ , ଶିଶୁ ଚାଲାଣ ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ , ୱାର୍ଡ ମେମ୍ବର , ପ୍ରଧାନ ଶିକ୍ଷକ , ଗ୍ରାମର ମୁଖିଆ , “ସିସିଡି” ଅନୁଷ୍ଠାନର ଜିଲ୍ଲା ସଂଯୋଜକ ପ୍ରମୁଖ ମଞ୍ଚାସୀନ ଥିଲେ ।
ଶିଶୁମାନେ ଯେଭଳି କୌଣସି ପ୍ରକାରର ଅବହେଳିତ କି ଶୋଷିତ ନ ହେବା ସହ ବିଭିନ୍ନ ନିର୍ଯ୍ୟାତନାରୁ ମୁକ୍ତ ହୋଇ ସମାଜରେ ଶିକ୍ଷା , ସ୍ୱା , ସାଂସ୍କୃତିକ କ୍ଷେତ୍ର ରେ ନିଜର ବିକାଶ କରିବା ସହ ବାଲ୍ୟ ବିବାହ ଭଳି କୁଚିନ୍ତା ଠାରୁ ଦୂରେଇ ହେବେ , ସେଥି ନିମନ୍ତେ ସରପଞ୍ଚ ଏବଂ ଗ୍ରାମର ସମସ୍ତଙ୍କୁ ସଚେତନତା କରା ଯାଇଥିଲା ।
ମୁଖ୍ୟ ଅତିଥି ତଥା ପ୍ରଧାନ ଶିକ୍ଷକ କହିଥିଲେ ଯେ , ଶିକ୍ଷା ହେଉଛି ଜୀବନକୁ ସୁନ୍ଦର ଭାବରେ ଗଢି-ତୋଳିବାର ମୁଖ୍ୟ ଅସ୍ତ୍ର । ତେଣୁ ସମସ୍ତ ପିତା-ମାତା ଶିଶୁମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ କରାଇ ବିଦ୍ୟାଳୟକୁ ପଠେଇବା ନିମନ୍ତେ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ “ସିସିଡି” ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କେଶରୀ ପ୍ରଧାନ , ମାତୃ ଓ ପିତୃହୀନ ଶିଶୁ ଏବଂ ଅବହେଳିତ ଶିଶୁମାନଙ୍କୁ କିପରି ସରକାରଙ୍କ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାରେ ସାମିଲ କରିବା ଓ ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା କରିବା ସହ ବିକାଶ ଦିଗରେ ସହାୟକ ହେବା ବିଷୟରେ ଲୋକ ମାନଙ୍କୁ ବୁଝେଇ ସଚେତନ କରାଇଥିଲେ ।
ପର ମୁହୂର୍ତ୍ତରେ ଗ୍ରାମର ୱାର୍ଡ ମେମ୍ବର ଶିଶୁ ମାନଙ୍କୁ ନେଇ “ବାଲ୍ୟ ବିବାହ ମୁକ୍ତ ଭାରତ” ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସମସ୍ତ ଶିଶୁ ମାନଙ୍କୁ ମାନପତ୍ର ଓ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷାର କର୍ମଚାରୀ ତଥା , ଇନ୍ଦୁମତୀ ଦେବୀ , ଶଙ୍କର ନାୟକ , କାବେରୀ ଗମାଙ୍ଗ ଓ ଜୋତି ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ। ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031