Indus Valley Times

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ବାଘଶାଳା ଏବଂ ଅଗରଖଣ୍ଡି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ବାଘଶାଳା ଏବଂ ଅଗରଖଣ୍ଡି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

December 09
20:41 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୨:ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ଆଜି ତୃତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ଗୋଷାଣୀ ବ୍ଲକର ବାଘଶାଳା ଏବଂ ଆଗରଖଣ୍ଡି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ ବାଘଶାଳା ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ତରର ଶତାଧିକ ସଂଖ୍ୟାରେ ମହିଳା ମାନଙ୍କ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ଟି: ଭିମାରାଜୁ , ସମିତିସଭ୍ୟ ଶ୍ରୀଧର ନାଇଡ଼ୁ , ମେଡିକାଲ ଅଫିସର ଡ଼ାଃ ରଜତ କୁମାର ସେଠୀ , କେବିକେ:- ମୁଖ୍ୟ ବୈଜ୍ଞାନିକ ଡ଼ାଃ ସଂଗ୍ରାମ ପାରମଗୁରୁ , ଡାକ ନିରୀକ୍ଷକ ରଘୁନାଥ ନାୟକ ପିଇଓ: ଚେଲି: କ୍ରିଷ୍ଣା ରାଓ , ନୋଡାଲ ଅଧିକାରୀ ଶ୍ରୀ ବିନୋଦ ଗୌଡ଼ ଏବଂ ଡ୍ରୋନ ପ୍ରତିନିଧି ଓ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା: ଆୟୁଷ୍ମାନ ଭାରତ , ପିଏମ କିସାନ , ପିଏମ ଆବାସ , ଉଜ୍ଜଲା ଯୋଜନା , ସ୍ଵଚ୍ଛ ଭାରତ ଶୌଚାଳୟ ଯୋଜନା ଏବଂ ଡାକ ଯୋଜନା ପ୍ରଭୃତି ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ଦ୍ଵାରା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ୩ ଜଣ ହିତାଧିକାରୀ ଯଥା:- ବାଘଶାଳା ଗ୍ରାମର ଏମ: ତିରୁପତି – ପିଏମ: କିସାନ ଯୋଜନା ସମ୍ପର୍କରେ , ବାଘଶାଳା ଗ୍ରାମର ସୁନିତା ପ୍ରଧାନ – ଭାରତୀୟ ଡାକ ଯୋଜନା ସମ୍ପର୍କରେ ଏବଂ ବାଘଶାଳା ଗ୍ରାମ\’ର ମଧୁସ୍ମିତା ବିଶ୍ଵାଳ – ପିଏମ: ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ – କିଭଳି ସେମାନେ ଏହି କେନ୍ଦ୍ରୀୟ ଯୋଜନା ପାଇ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଯୋଜନାର ୩, ଜଣ ହିତାଧିକାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ସଭାସ୍ଥଳ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସ୍ବାସ୍ଥ୍ୟକର୍ମୀ ନାଗେଶ୍ଵର ପଟନାୟକ ଏବଂ ଏଏନଏମ: ସସ୍ମିତା , ଶତାଧିକ ଲୋକଙ୍କ ଶୁଗାର , ରକ୍ତଚାପ , ମ୍ୟାଲେରିଆ ଏବଂ ହିମୋଗ୍ଲୋବୀନ ପରୀକ୍ଷା କରାଯିବା ସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ଦିଆ ଯାଇଥିଲା ।
ଶେଷରେ ଡ୍ରୋନ ଦ୍ଵାରା ଚାଷ ଜମିରେ କିଭଳି ସାର ଓ କିଟ-ନାଶକ ଔଷଧ ବ୍ୟବହାର କରାଯାଏ , ସେ ସମ୍ପର୍କରେ ପ୍ରଦର୍ଶନ କରା ଯାଇଥିଲା ।
ସେହିଭଳି ଅନୁରୂପ କାର୍ଯ୍ୟକ୍ରମ ଅଗରଖଣ୍ଡି ପଞ୍ଚାୟତରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031