Indus Valley Times

ଗଜପତି: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

 Breaking News

ଗଜପତି: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

December 28
07:42 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୧୨: ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତା ଦଳର ଗଜପତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାରଳାଖେମୁଣ୍ଡି ନଗର ବିଜେଡ଼ି ତରଫରୁ ପାଳିତ ହୋଇଯାଇଛି ।
ଏହି ଅବସରରେ ପୂର୍ବାହ୍ନ ୧୦ ଟାରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପାରଳା ଯୁବରାଣୀ ସୁଶ୍ରୀ କଲ୍ୟାଣୀ ଦେବୀ , ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ମହିଳା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରା , ପୂର୍ବତନ ଜିଲ୍ଲା ବିଜେଡି ସଭପତି ଶ୍ରୀ ବସନ୍ତ ଦାସ , ବିଜେଡ଼ି ଦଳର ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ ପାଳ , ଶ୍ରୀ ସୁରେଶ ମାଝୀ , ବରିଷ୍ଠ ନେତା ଶ୍ରୀ ଲକ୍ଷ୍ମୀକାନ୍ତ ପରିଚ୍ଛା , ନଗର ବିଜେଡ଼ି ସଭାପତି ଶ୍ରୀ ସୂର‌୍ୟ୍ୟନାରାୟଣ ରାଜଗୁରୁ , ରାଜେନ୍ଦ୍ର(ରାଜୁ) ବେହେରା , ଶ୍ରୀ ମଣ୍ଟୁ ଦାସ , ଶ୍ରୀ ଜମିଦାର ପଟ୍ଟନାୟକ , ଶ୍ରୀ ପାଣ୍ଟଲା ପ୍ରସାଦ ରାଓ , ଶ୍ରୀଭାରତ ଭୂଷଣ ମହାନ୍ତି , ଶ୍ରୀମତୀ ଇନ୍ଦିରା ପଟନାୟକ , ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ।
ପରେ ଅପରାହ୍ନ ୫ ଟାରେ ଗଜପତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲା ସଭାପତି ଶ୍ରୀ ପ୍ରଦୀପ କୁମାର ପଟନାୟକଙ୍କ ସଭାପତତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଭା ସ୍ଥଳରେ ଭିଡିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କୁ ଦେଇଥିବା ନିଜର ବାର୍ତ୍ତାକୁ ଉପସ୍ଥିତ ସମସ୍ତଙ୍କୁ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରା ଯାଇଥିଲା ।
ପରେ ଉପସ୍ଥିତ ଦଳୀୟ ନେତାମାନେ ବିଜୁ ଜନତା ଦଳର ପ୍ରତିଷ୍ଠା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯେତେ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେସବୁ ସମେତ ବିଜୁ ଜନତା ଦଳର ସଫଳତା , ଆଦର୍ଶ ଓ ଶୃଙ୍ଖଳା ପ୍ରଭୃତି ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସମସ୍ତେ ନବୀନ ବାବୁଙ୍କ ଭୁୟସୀ ପ୍ରଶଂସା କରି ବିଜେଡି ଦଳର ମହତ ଉପରେ ବିଭିନ୍ନ ନାରା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031