Indus Valley Times

ଗଜପତି: ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ ହେଲା , ପିଏମ: ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ

 Breaking News

ଗଜପତି: ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ ହେଲା , ପିଏମ: ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ

ଗଜପତି: ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ ହେଲା , ପିଏମ: ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ
September 18
11:02 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୯: ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ପିଏମ: – ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ କୁ ଯୋଜନାର ହିତାଧିକାରୀଙ୍କୁ ମଧ୍ୟରେ ପ୍ରଦର୍ଶିତ ହୋଇଥିଲା ।
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ନୂତନ ପିଏମ: ବିଶ୍ଵକର୍ମା ଯୋଜନାର ଭରଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ।
ଦେଶର ୧୮ ଗୋଟି କୌଳିକ ବୃତ୍ତ୍ତିଧାରୀ ଏହି ଯୋଜନାରେ ଉପକୃତ ହେବେ । ସେଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ଏହି ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ଭରଚୁଆଲ୍ ମୋଡ ସିଧା ପ୍ରସାରଣ ଦେଖିବା ପାଇଁ ଯୋଜନା ଅନ୍ତର୍ଗତର ବହୁ ହିତାଧିକାରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଆମନ୍ତ୍ରଣ କରା ଯାଇଥିଲା ।
ପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ସେମାନଙ୍କୁ ଯୋଜନାର ଆଭିମୁଖ୍ୟ ଓ ତାର ବିଭିନ୍ନ ଦିଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଉପସଭାପତି ଶ୍ରୀ ଚିତ୍ରି ସିମାଦ୍ରି , ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ ଶ୍ରୀ ଇ: ପ୍ରଶାନ୍ତ , ଜିଲ୍ଲା ଯୁବ ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର , ନଗର ସଭାପତି ଶ୍ରୀ ଟି: ବସନ୍ତ କୁମାର , କେ: ସିତାପୁର ମଣ୍ଡଳ ସଭାପତି ଶ୍ରୀ ଡି: ରାଜେଶ କୁମାର ଏବଂ ବିସିସି ବ୍ୟାଙ୍କ୍ ଡାଇରେକ୍ଟର ଶ୍ରୀ କେ: କିରଣ କୁମାର , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ସିଦ୍ଧେଶ୍ୱର ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଏବଂ କାରିଗରୀ ଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031