Indus Valley Times

ଗଜପତି: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନମୋ ନବ ମତଦାତା ସମ୍ମିଳନୀ କାର୍ଯ୍ୟକ୍ରମ , ପ୍ରଧାନମନ୍ତ୍ରୀଙ୍କ ସମ୍ଭୋଧନ ବାର୍ତ୍ତା ଆଭାଷି ମାଧ୍ୟମରେ ଦେଖିଲେ ଯୁବକ ଯୁବତୀ ଓ କଲେଜ ଛାତ୍ରଛାତ୍ରୀ

 Breaking News

ଗଜପତି: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନମୋ ନବ ମତଦାତା ସମ୍ମିଳନୀ କାର୍ଯ୍ୟକ୍ରମ , ପ୍ରଧାନମନ୍ତ୍ରୀଙ୍କ ସମ୍ଭୋଧନ ବାର୍ତ୍ତା ଆଭାଷି ମାଧ୍ୟମରେ ଦେଖିଲେ ଯୁବକ ଯୁବତୀ ଓ କଲେଜ ଛାତ୍ରଛାତ୍ରୀ

January 25
19:54 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତଥା ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଆଜି ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ସାହିରେ ଥିବା ବିଶ୍ୱନାଥ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ “ନମୋ ନବ ମତଦାତା ସମ୍ମିଳନୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉଜ୍ଜଳ ଭାରତ ଗଠନ ଦିଗରେ ଏହା କିଭଳି ଯୁବ ତଥା ନୂତନ ଭୋଟର ମାନଙ୍କୁ ପ୍ରେରଣା ଯୋଗାଇବ , ଏବଂ ନୂତନ ଭୋଟର ମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ରହିଥିବା ଲକ୍ଷ ସମ୍ପର୍କରେ ଏହି ” ନମୋ ନବ ମତଦାତା ସମ୍ମିଳନୀ” କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ଏବଂ ଏହି ସମ୍ମିଳନୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସମ୍ବୋଧିତ କରିବା ସହ ନୂତନ ଭୋଟର ମାନଙ୍କ ନିମନ୍ତେ ସଚେତନତା ବାର୍ତ୍ତା ରଖିଥିଲେ ଏବଂ ତାହା ଏଲଇଡି: ମାଧ୍ୟମରେ ଉପସ୍ଥିତ ନୂତନ ଭୋଟର , କଲେଜ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ଏବଂ ଯୁବ ନେତା ମାନଙ୍କୁ ପ୍ରଦର୍ଶନ କରା ଯାଇଥିଲା ।
ଏହି ଅବସରରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇ ନୂତନ ଭୋଟର ମାନେ ହେଲେ ଦେଶର ଭବିଷ୍ୟତ ଓ ମେରୁଦଣ୍ଡ । ନୂତନ ଭୋଟର ମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ଦାୟିତ୍ଵ ଓ ଭୂମିକା ସମ୍ପର୍କରେ କହିବା ସହ ଭବିଷ୍ୟତରେ ଭଲ , ସୁଦୃଢ଼ ଓ ବିକଶିତ ରାଷ୍ଟ୍ର ନିର୍ମାଣ ଦିଗରେ ସେମାନଙ୍କ ଭୋଟ କେତେ ମୂଲ୍ୟବାନ କହି ଭଲ ପ୍ରତିନିଧି ତଥା ନେତାଟିଏ ବାଛି ରାମରାଜ୍ୟ ଗଠନରେ ସହାୟକ ହେବା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରି ସିମାଦ୍ରୀ , ଜଗନ୍ନାଥ ମହାପାତ୍ର , ବାବୁନା ବେହେରା ଏବଂ କେ: ପ୍ରଶାନ୍ତ ପ୍ରମୁଖ ଜିଲ୍ଲା ବିଜେପିର ବରିଷ୍ଠ ନେତୃବୃନ୍ଦ ମଞ୍ଚାସିନ ଥିଲେ ।
ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ , ଯୁବକ ଯୁବତୀ , ନୂତନ ଭୋଟର ଏବଂ ଦଳୀୟ ଯୁବନେତା ମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ବାର୍ତ୍ତାର ସିଧା ପ୍ରସାରଣ ଆଭସି ମାଧ୍ୟମରେ ଦେଖିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031