Indus Valley Times

ଗଜପତି: ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର “ବନ ମହୋତ୍ସବ” କାର୍ଯ୍ୟକ୍ରମ : “ପିଲାଟିଏ ଗଛଟିଏ “

 Breaking News

ଗଜପତି: ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର “ବନ ମହୋତ୍ସବ” କାର୍ଯ୍ୟକ୍ରମ : “ପିଲାଟିଏ ଗଛଟିଏ “

July 30
21:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୭: ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ “ପିଲାଟିଏ ଗଛଟିଏ” ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଗୁମ୍ମାବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶୋଭନା ପୁରମ ଶ୍ରୀନିବାସ , ଜୀବା ପଞ୍ଚାୟତର ସରପଞ୍ଚ ଶ୍ରୀ ଏଡଙ୍ଗା ଶବର ଏବଂ ଗୁମ୍ମାବ୍ଲକର ସାଂସଦ ପ୍ରତିନିଧି ଶ୍ରୀ ବିମଳ ଦଳାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସମସ୍ତ ଅତିଥି ମାନେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିବା ସହ ଏହାଦ୍ୱାରା ପରିବେଶ କିଭଳି ସୁରକ୍ଷିତ ରହିବ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହି ସଚେତନ କରାଇ ଥିଲେ ।
ଏହି ଅବସରରେ ସ୍ଥାନୀୟ ପଦ୍ମପୁର ଗ୍ରାମରେ ମଧ୍ୟ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଠାରେ ଗ୍ରାମବାସୀ ଓ ମହାବିଦ୍ୟାଳୟର ମିଳିତ ସହଯୋଗରେ ଗ୍ରାମର ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ୧୬୦ଟି ରୁ ଅଧିକ ଚାରା ରୋପଣ କରା ଯାଇଥଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ଉପସ୍ଥିତ ରହି , ଏଭଳି ଚାରା ରୋପଣ ମାଧ୍ୟମରେ ପୃଥିବୀର ଉତ୍ତପ୍ତି-କରଣକୁ କିଭଳି ରୋକା ଯାଇପାରିବ, ସେ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ଏବଂ ଯୁବ ରେଡ଼କ୍ରସର କାର୍ଯ୍ୟ ନୀର୍ବାହୀ ଅଧିକାରୀ ଶ୍ରୀମତୀ କଳ୍ପନା ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପକ କର୍ମଚାରି ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031