Indus Valley Times

ଗଜପତି: ବିଭିନ୍ନ ନିୟମ କାର୍ଯ୍ୟକାରୀ ପାଇଁ ବ୍ୟବସାୟୀଙ୍କୁ ଏନଫୋର୍ସମେଣ୍ଟ ଦଳ ପକ୍ଷରୁ ତାଗିଦ ସଚେତନତା କାର୍ଯ୍ୟକ୍ରମ

 Breaking News

ଗଜପତି: ବିଭିନ୍ନ ନିୟମ କାର୍ଯ୍ୟକାରୀ ପାଇଁ ବ୍ୟବସାୟୀଙ୍କୁ ଏନଫୋର୍ସମେଣ୍ଟ ଦଳ ପକ୍ଷରୁ ତାଗିଦ ସଚେତନତା କାର୍ଯ୍ୟକ୍ରମ

June 29
20:34 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୬: ପାରଳାଖେମୁଣ୍ଡି ଠାରେ ଆଗାମୀ ରଥଯାତ୍ରାରେ ସମ୍ଭାବ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଠାରେ ପୌର ପରିଷଦ , ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଏନଫୋର୍ସମେଣ୍ଟ ଦଳ ପକ୍ଷରୁ ଦୋକାନୀ ଓ ଲୋକମାନଙ୍କୁ ବିଭିନ୍ନ ନୀତିନିୟମ ମାନିବା ଉପରେ ଏକ ତାଗିଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମିଳିତ ଏନଫୋର୍ସମେଣ୍ଟ ଦଳ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବଜାର ଛକ , କଲେଜ ଛକ ଓ ବଡଦାଣ୍ଡ ରଥ ନିର୍ମାଣ ଓ ପ୍ୟାଲେସ ମଧ୍ୟରେ ଥିବା ପର୍ଯ୍ୟନ୍ତ ଦଳ ପକ୍ଷରୁ ବୁଲି ବୁଲି ସମସ୍ତ ଦୋକାନ , ହୋଟେଲ ଓ ଘର ପ୍ରଭୃତିର ମାଲିକ ମାନଙ୍କୁ ରାସ୍ତା ଓ ନାଳ ଅବରୋଧ ତଥା ଜବରଦଖଲ ନ କରିବା ପାଇଁ ତାଗିଦ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଉପାଧ୍ୟ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରାଙ୍କ ସମେତ ଖାଦ୍ୟ ନିରାପତ୍ତା ଅଧିକାରୀ , ଯୋଗାଣ ବିଭାଗ ଟିମ , ପୋଲିସ ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ଓ ପୌର ପରିଷଦ ଅଧିକାରୀ ଶ୍ରୀ ନକୁଳ ବିଶୋଇ , ଇନ୍ଦିରା ଗୌଡ଼ , ସ୍ଵଛ ସାଥୀ ଓ କର୍ମଚାରି ମାନେ ସାମିଲ ଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡ଼ିଆରେ ନାମ ଫଳକ-ବୋର୍ଡ ଲେଖିବା , ପ୍ରତ୍ୟେକ ଦୋକାନୀ ଟ୍ରେଡ଼ ଲାଇସେନ୍ସ କରିବା , ଦୋକାନୀ ଓ ହୋଟେଲ ମାନେ ଖାଇବା ଖାଦ୍ୟରେ କଲର ନ ମିଶାଇବା , ରାସ୍ତା-ନାଳ ଉପରକୁ ଦୋକାନ ନ ଆଣିବା କି ଜବର ଦଖଲ ନ କରିବା , ହୋଟେଲ ମାନଙ୍କରେ ଲୋକଙ୍କୁ ବାସି ଖାଦ୍ୟ ନ ଦେବା , ରାସ୍ତା ଉପରକୁ ଗାଈଗୋରୁ ନ ଛାଡିବା ଏବଂ ନିଜ ଅଞ୍ଚଳର ପରିବେଶ ସ୍ୱଚ୍ଛତା ରଖିବା ଏଭଳି ପ୍ରଭୃତି ଉପରେ ନିୟମ ମାନିବା ପାଇଁ ସଚେତନ କରାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031