Indus Valley Times

ଗଜପତି: ବିରିକୋଟ ଠାରେ “ଆପ” ପକ୍ଷରୁ ଜନ-ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିରିକୋଟ ଠାରେ “ଆପ” ପକ୍ଷରୁ ଜନ-ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

November 24
19:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧୧: ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଠାରେ ଏକ ଜନ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆପ୍ ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲା ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ଏବଂ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ଗମନାଗମନ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ।
ଓଡ଼ିଶାରେ ଆପ୍ ସରକାରକୁ , ଆସିଲେ ଦିଲ୍ଲୀ ଓ ପଞ୍ଜାବ ଭଳି ମାଗଣା ବିଜୁଳି , ବିଶୁଦ୍ଧ ପାନୀୟ ଜଳ , ମହିଳାଙ୍କ ପାଇଁ ବିଭିନ୍ନ ସୁବିଧା , ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପ୍ରଭୃତି ଯୋଗାଇ ଦେବେ ବୋଲି କହିଥିଲେ ।
ସେହିପରି ଜିଲ୍ଲା ଆବାହକ ଶ୍ରୀ ଶିଶିର କୁମାର ଭଞ୍ଜ ସାମନ୍ତ ଆଗାମୀ ଦିନରେ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସଙ୍ଗଠନ ମଜଭୁତ କରିବା ସହିତ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଲଢେଇ କରାଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମ ଶ୍ରୀ ରାଜେଶ କୁମାର ବେହେରା ଓ ବ୍ରହ୍ମପୁର ଲୋକସଭା ସଙ୍ଗଠକ ଶ୍ରୀ ସୁଜୋୟ ଆଚାର୍ଯ୍ୟ ଆୟୋଜନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଷ୍ଟର ଖ୍ରିଷ୍ଟ ସୋଲୋମନ , ଗଞ୍ଜାମ ଜିଲ୍ଲା ଆବାହକ ଶ୍ରୀ ସୁବାସ ଚନ୍ଦ୍ର ରାଉତ , ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ଆଦିତ୍ୟ ରଥ , ମୋହନା ଅଞ୍ଚଳର ବରିଷ୍ଠ ଆଇନଜୀବି ଶ୍ରୀ ଦୁର୍ଯ୍ୟୋଧନ କରାଡ ପ୍ରମୁଖ ଯୋଗ ଦେଇଥିଲେ ।
ନୂଆଗଡ ବ୍ଲକ ଆବାହକ ଶ୍ରୀ ଙ୍ଘ ଯୋସିୟ ରାଇକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପାଷ୍ଟର ଜନ୍ ମଲ୍ଲିକ , ଶ୍ରୀ ଲାଜାର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031