Indus Valley Times

ଗଜପତି : ବିଶ୍ଵ ମାନବାଧିକାର ଦିବସ ୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ବିଶ୍ଵ ମାନବାଧିକାର ଦିବସ ୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ବିଶ୍ଵ ମାନବାଧିକାର ଦିବସ ୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
December 11
10:56 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୧୨:ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଆନୁକୁଲ୍ୟରେ ବିଶ୍ଵ ମାନବ ଅଧିକାର ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନବ ଅଧିକାର ରକ୍ଷକ ଜିଲ୍ଲା ଶାଖା ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଏବଂ ପାରଳା ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ବିଶ୍ୱର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କୁ ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ସମେତ ବିଭିନ୍ନ ଅଧିକାର ଉପରେ ସଚେତନ କରାଇବା ଏବଂ ସମସ୍ତଙ୍କ ବିକାଶକୁ ସୁନିଶ୍ଚିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।
ଅନ୍ୟପକ୍ଷରେ , କାହାର ହେଲେ କୌଣସି ଅଧିକାର ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଲାଭଳି କାର୍ଯ୍ୟ ନ କରି ଉନ୍ନତିର ଚଲା ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସିଡିଏମଓଙ୍କ କାର୍ଯ୍ୟାଳୟର ଅତିରିକ୍ତ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀଙ୍କ ସମେତ ମାନବାଧିକାର ରକ୍ଷକ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ତନୁଜା ଶତପଥି , ଉପସଭାପତି ଶ୍ରୀ ହରି ମୋହନ ପଟ୍ଟନାୟକ , ସାଧାରଣ ସମ୍ପାଦକ ଶ୍ରୀ ମହେଶ୍ୱର ମାଳୀ ଓ ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏବଂ ବୈଷମ୍ୟ , ବାସନ୍ଦ ଓ ଭେଦଭାବ ଭଳି ସମସ୍ୟାର ସମାଧାନ ଦିଗରେ ଉତ୍ସାହିତ କରି ମର୍ଯ୍ୟାଦା ସହ ସ୍ଵାଧୀନତା ଓ ନ୍ୟାୟ ଦେବା ଦିଗରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ସ୍ଲୋଗାନ ଓ ବାର୍ତ୍ତା ବୋଲି କାର୍ଯ୍ୟକ୍ରମରେ ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ମାନବ ଅଧିକାର ଦିଗରେ ଉଲ୍ଲେଖନୀୟ ସେବା ମୂଳକ କାର୍ଯ୍ୟରତ ଶ୍ରୀମତୀ ତନୁଜା ଶତପଥି , ଅବସରପ୍ରାପ୍ତ ସେନା ଅଧିକାରୀ କେପଟେନ ମଲ୍ଲିକାର୍ଜୁନ ପଟନାୟକ ଏବଂ ଅବସରପ୍ରାପ୍ତ ସେନା ବାହିନୀ ଶ୍ରୀ ମନୋଜ ଦାସ \”ପ୍ରକୃତି ବନ୍ଧୁ\” ଏହି ୩ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢ଼ୌକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ କରା ଯାଇଥିଲା ।
ପରେ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ବକ୍ତୃତା , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥିମାନେ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଲୋକନାଥ ମିଶ୍ର , ଶ୍ରୀ ବିଚିତ୍ରକ୍ଷ ନନ୍ଦ ବେବର୍ତ୍ତା , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ଶ୍ରୀନିବାସ ଗୟା , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା ଓ ଶ୍ରୀମତୀ ସବିତା ପଣ୍ଡିତ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031