Indus Valley Times

ଗଜପତି: ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
June 14
21:45 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୬ : ଆଜି ୧୪ ଜୁନ , ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଠାରେ ଗଜପତି ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ମହତ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗଦେଇ ମିଳିତ ଭାବେ ରିବନ କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ଏହି ଅବସରରେ ଅତିଥି ଦ୍ବୟ କହିଥିଲେ ଯେ , ବିଭିନ୍ନ ସ୍ୱାସ୍ଥ୍ୟ ସେବାର ଉପଚାର ପାଇଁ ରକ୍ତର ଆବଶ୍ୟକତା ଏବଂ ସ୍ଵେଚ୍ଛାକୃତ ରକ୍ତଦାନର ମହତ୍ତ୍ଵ ଓ ଗୁରୁତ୍ଵ ସମ୍ପର୍କରେ ଜନସଚେତନ ସୃଷ୍ଟି କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।
ରକ୍ତଦାନ ଯୋଗୁଁ ଲକ୍ଷାଧିକ ଲୋକ\’ଙ୍କ ଜୀବନ ରକ୍ଷା ହୋଇ ପାରୁଛି ଏବଂ ଅନେକ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିପାରୁଛି । ତେଣୁକରି , ରକ୍ତ ଅଭାବର ସୁ-ମୁକାବିଲା କରିବା ପାଇଁ ସୁସ୍ଥ ବ୍ୟକ୍ତି ମାନେ ବହୁ ସଂଖ୍ୟାରେ ଆଗେଇ ଆସି ରକ୍ତଦାନ ଭଳି ମହତ୍ ଦାନ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା ଏବଂ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ , ରକ୍ତର ଅଭାବ ଯୋଗୁଁ ବିଭିନ୍ନ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ । ରକ୍ତର ଅଭାବି ଫଳରେ ଭବିଷ୍ୟତରେ ଯେଭଳି କୌଣସି ରୋଗୀର ମୃତ୍ୟୁ ନ ହୁଏ , ସେଥିପାଇଁ ଏହି ରକ୍ତଦାନ କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ରହିଛି ବୋଲି ଗଜପତି ବ୍ଲଡ଼ ଡୋନର୍ସ୍ ସଂଘ ପକ୍ଷରୁ କୁହା ଯାଇଛି ।
ଏହି ସ୍ଵେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୫୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରା ଜାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲଡ଼ ବ୍ୟାଙ୍କ ଟେକନିସିଆନ ଶ୍ରୀ ଖଗେଶ୍ବର ବେହେରା ବ୍ଲଡ଼ ନେବା କାର୍ଯ୍ୟକ୍ରମ ସମ୍ପନ୍ନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଗଜପତି ବ୍ଲଡ଼ ଡୋନର୍ସ ସଂଘର ସଭାପତି ଶ୍ରୀ ଜି: ନବୀନ କୁମାର , ଉପ-ସଭାପତି ଶ୍ରୀ ଏସ: ଋଷି , ସମ୍ପାଦକ ଶ୍ରୀ ୱାଇ: ଚନ୍ଦ୍ର ଶେଖର ଙ୍କ ସମେତ ସଂଘର ଶ୍ରୀ ଜଗତ ମୋହନ ସାହୁ , ମୋହିନୀ ପ୍ରଧାନ , ଅମ୍ବିକା ମହାପାତ୍ର , କୈଳାଶ ଚନ୍ଦ୍ର ବିଶ୍ୱାଳ ଏବଂ ଶ୍ରୀ କେ: ଶରତ କୁମାର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031