Indus Valley Times

ଗଜପତି : ବ୍ଲକ୍ ସ୍ତରୀୟ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ବ୍ଲକ୍ ସ୍ତରୀୟ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ବ୍ଲକ୍ ସ୍ତରୀୟ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
November 02
21:05 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୧୧ : ଗୋଷ୍ଟି ଜଙ୍ଗଲ , ବୃଦ୍ଧି ଓ ପରିଚାଳନା ପାଇଁ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ , “ମହିଳା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଜଙ୍ଗଲ ଗୋଷ୍ଟି ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କିତ ବ୍ଲକସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନତି ପାଢୀ ସଭାପତିତ୍ବ କରିଥିବା ବେଳେ ଏଥିରେ ରାୟଗଡ଼ା ବ୍ଲକର ଜିରାଙ୍ଗ , କାଇଁପୁର , ଲକ୍ଷ୍ମୀପୁର ଓ ଏସ: କରଡ଼ା ସିଂ ପଞ୍ଚାୟତର ଗୋଷ୍ଟି ଜଙ୍ଗଲ ପରିଚାଳନା କମିଟିର ୮୦ ଜଣ ସଭ୍ୟ ଓ ସଭ୍ୟା ଅଂଶଗ୍ରହଣ କରିଥିଲେ ।
ଆଲୋଚନା ବୈଠକ କାର‌୍ୟ୍ୟକ୍ରମରେ ଜୀରାଙ୍ଗ ଫରେଷ୍ଟ ଅଫିସର ଶ୍ରୀ ଶିବରାମ ସାବତ ଯୋଗ ଦେଇ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧିର ସଠିକ୍ ପରିଚାଳନାର ଆବଶ୍ୟକତାର ଗୁରୁତ୍ଵ ଏବଂ ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ କେଉଁ ସବୁ ସାହାଯ୍ୟ-ସହଯୋଗ ଦିଆ ଯାଇପାରିବ , ସେ ସମ୍ପର୍କରେ କହିଥିଲେ ।
ଏଥି ସମେତ ଜଙ୍ଗଲ ସମ୍ବନ୍ଧୀୟ ଅନେକ କାର୍ଯ୍ୟ ଏନଆରଇଜିଏସ: ମାଧ୍ୟମରେ ମଧ୍ୟ ନିଆଯାଇ ପାରିବ ବୋଲି କହିଥିଲେ ।
ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ନଟବର ପାଢ଼ୀ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ଜଙ୍ଗଲ ଗୋଷ୍ଟି ସୁରକ୍ଷା ପାଇଁ ରହିଥିବା ଆଇନ , ନିୟମ ଓ ଉପଯୁକ୍ତ ପରିଚାଳନାର ଆବଶ୍ୟକତା ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରୁ କଇଁପୂର୍ ପଞ୍ଚାୟତରୁ ଭାସ୍କର ଭୂୟାଁ ତାଙ୍କ ଗ୍ରାମ ବଡମ୍ବା ସିଂ ରେ କିପରି ଗୋଷ୍ଟି ଜଙ୍ଗଲ ସୁରକ୍ଷିତ ରଖିଛନ୍ତି ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।
କଇଁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ କୈଳାସ ଭୂୟାଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଗୋଷ୍ଟି ଜଙ୍ଗଲର ସୁରକ୍ଷା ଉପରେ ବୁଝାଇବା ସହ ଗ୍ରାମର ସମସ୍ତ ଲୋକେ ମିଳିତ ଭାବେ ତାର ସୁରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସେମାନଙ୍କ ଗ୍ରାମ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରିଥିଲେ ।
ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଆଗାମୀ ଦିନରେ ଏହିପରି ଆଲୋଚନା ପଞ୍ଚାୟତ ସ୍ତରରେ କରାଯିବ ବୋଲି ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ଶ୍ରୀମତୀ ମିନତି ପାଢୀ ସୂଚନା ଦେଇଥିଲେ ।
ଶେଷରେ ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିଷ୍ପା ଭୂୟାଁ ଏଭଳି ବୈଠକ ଆଲୋଚନା କାର୍ଯ୍ୟକ୍ରମ ଜିରାଙ୍ଗ ପଞ୍ଚାୟତରେ ହୋଇଥିବା ଯୋଗୁଁ ମହିଳା ବିକାଶ ପ୍ରତିଷ୍ଠାନକୁ ଭୂୟସୀ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ ଏବଂ ମହିଳା ବିକାଶ ପ୍ରତିଷ୍ଠାନର କର୍ମୀ ଶ୍ରୀ ସନ୍ୟାସୀ ଭୂୟାଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031