Indus Valley Times

ଗଜପତି: ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ: ବୁଝାମଣା ପତ୍ର ସ୍ବାକ୍ଷରିତ

 Breaking News

ଗଜପତି: ଭାରତରେ ଦକ୍ଷତା ବୃଦ୍ଧି ପାଇଁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ: ବୁଝାମଣା ପତ୍ର ସ୍ବାକ୍ଷରିତ

July 14
21:31 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୭: ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି, ଯାହାକି ଏହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଓ ଦକ୍ଷତା ବିକାଶ ଏବଂ ଏହା ଉଦ୍ୟୋଗ ମନ୍ତ୍ରଣାଳୟର ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ଓଡ଼ିଶା ଏବଂ ଆନ୍ଧ୍ର-ପ୍ରଦେଶରେ ଅବସ୍ଥାପିତ।
ଉଚ୍ଚଶିକ୍ଷା , ଶିକ୍ଷାବିତ , ଗବେଷଣା , ନବସୃଜନ ଏବଂ ଉଦ୍ୟୋଗରେ ସହଯୋଗ ଏବଂ ଦକ୍ଷତା ଏକୀକରଣକୁ ପ୍ରୋତ୍ସାହିତ କରିବା ସହ ଉତ୍କର୍ଷତା ବୃଦ୍ଧି କରିବାକୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ହାତ ମିଳାଇଛନ୍ତି ।
ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଭିଜ୍ଞତା , ସର୍ବୋତ୍ତମ ଅଭ୍ୟାସ ଏବଂ ଜ୍ଞାନ ଆଦାନ ପ୍ରଦାନର ଅନୁଷ୍ଠାନିକ ସହଯୋଗ ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ।
ପ୍ରାସଙ୍ଗିକ , ଉପଯୁକ୍ତ ଏବଂ ବଜାର ଚାଳିତ କୌଶଳ , ସମନ୍ୱିତ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଏକାଡେମିକ୍ ଏବଂ ଅନୁସନ୍ଧାନ ସହଯୋଗକୁ ପ୍ରୋତ୍ସାହିତ ଏବଂ ମଜବୁତ କରିବାର ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ , କୁଳପତି , ଓଡିଶା ପ୍ରଫେସର ଡ: ସୁପ୍ରିୟା ପଟ୍ଟନାୟକ କହିଛନ୍ତି ଯେ , ଜେଏନୟୁ:ର ସହଯୋଗ ଆମ ସମସ୍ତଙ୍କ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପାଇଁ ଏହା ଏକ ସୌଭାଗ୍ୟ ଏବଂ ଗୌରବର ବିଷୟ ।
ମିଳିତ ଭାବେ ଆମେ ଆଶା କରୁଛୁ ଯେ , ଜାତୀୟ ଶିକ୍ଷା ନୀତି, ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ସମଗ୍ର ଭାରତରେ କୌଶଳ ବିସ୍ତାର କାର୍ଯ୍ୟକ୍ରମ ଗୁଡ଼ିକର ଏକ କ୍ରମରେ ଅନୁସନ୍ଧାନ ଏବଂ କାର୍ଯ୍ୟ କରିବା ।
ଶିକ୍ଷାର ଭବିଷ୍ୟତ ସହିତ କୌଶଳର ଭବିଷ୍ୟତକୁ ଏକତ୍ର କରିବା । ଏହି ଆସୋସିଏସନ କେବଳ ଉଚ୍ଚଶିକ୍ଷାରେ କୌଶଳ ଏକୀକରଣର ସଂକଳ୍ପକୁ ଆଗକୁ ନେବ ନାହିଁ । ଏହା ଦେଶରେ ଶ୍ରମିକ ମାନଙ୍କ ମଧ୍ୟରେ ଥିବା ବିରାଟ ଦକ୍ଷତା ବ୍ୟବଧାନକୁ ଦୂର କରିବା ଦିଗରେ ବିଶେଷ ସାହାଯ୍ୟ କରିବ ।
ଏମଓୟୁ: ସ୍ୱାକ୍ଷର ସମାରୋହ କାର୍ଯ୍ୟକ୍ରମରେ ପ୍ରଫେସର ସତୀଶ ଚନ୍ଦ୍ର ଗାରକୋଟି , ଜେଏନୟୁ:, ଡକ୍ଟର ଉତ୍କପଲ କୁମାର ଦେବନାଥ , ଜେଏନୟୁ: , ଶ୍ରୀ ମନୋଜ କୁମାର ମନୁଜ , ଜେଏନୟୁ: ଏବଂ ଅଭିନାଭ ମଦନ , ସିୟୁଟିଏମ , ମୋନାଲିଶା ଘୋଷ ସିୟୁଟିଏମ ଏବଂ ଅଭିଷେକ ଚତୁର୍ବେଦୀ ଜିଟିଇଟି: ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031