Indus Valley Times

ଗଜପତି: ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 20
20:32 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପ ଗଜପତି,୨୦/୭: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ଠାରେ ଆଜି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ପାଇଁ କୋଭିଡ ବୁଷ୍ଟର ଡୋଜ ଟୀକାକରଣ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ କୋଭିଡ ସଚେତନତା କାର୍ଯ୍ୟକ୍ରମରେ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ସଭାପତିତ୍ୱରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା , ଜିଲ୍ଲା ଜନଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଶ୍ରୀ ଏ: ଜଗନ୍ନାଥ ରାଜୁ , ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଏବଂ ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଳାନିଙ୍ଗ ଏଣ୍ଡ ପ୍ରମୋସନ ଟ୍ରଷ୍ଟର ଶ୍ରୀ ବିଜୟର ଶଙ୍କର ପାଢ଼ୀ ଓ ଆରଓ: ପି: ସୁନୀଲ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ କୋଭିଡ ବୁଷ୍ଟର ଡୋଜ ନେବା ଆବଶ୍ୟକତା ଓ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ତାହାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ, ଏହି କୋଭିଡ ସଂକ୍ରମଣ ଠାରୁ ଆହୁରି ଅଧିକ ଭାବେ ସୁରକ୍ଷିତ ଓ ସାବଧାନତା ରହିବା ପାଇଁ ଆମେ ସମସ୍ତେ ସବୁବେଳେ ସମ ଦୂରତା ବଜାୟ ରଖିବା ସହ ହାତ ସେନିଟାଇଜ କରିବା , ମାସ୍କ ପିନ୍ଧିବା ଓ ଜନ ଗହଳି ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ ।
ପରେ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ : ମମତା ପାଢ଼ୀ , ଓଡିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା ଏବଂ ସମର୍ଥ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ଙ୍କ ଉପସ୍ଥିତିରେ “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନର ୫୦ରୁ ଅଧିକ ଅନ୍ତେବାସୀ ବୁଷ୍ଟର ଡୋଜ କୋଭିଡ ଟିକା ନେଇଥିଲେ । ଏଥିରେ ଅନ୍ୟମାନେ ମଧ୍ୟ ବୁଷ୍ଟର ଡୋଜ ଟିକା ନେବା ସୁଯୋଗ ପାଇଥିଲେ ।
ସମସ୍ତେ ଲାଇନରେ ଆସି ଶୃଙ୍ଖଳିତ ଭାବେ ନିଜର ନାମ ପଞ୍ଜିକରଣ କରି କୋଭିଡ ବୁଷ୍ଟର ଡୋଜ ଟିକା ନେଇଥିଲେ ଏବଂ ଟିକା ନେବା ପରେ ଅଧଘଣ୍ଟା ବିଶ୍ରାମ ନେଇଥିଲେ ପର୍ଯ୍ୟବେକ୍ଷଣ କକ୍ଷରେ ।
ବୁଷ୍ଟର ଡୋଜ ଟିକା ନେବା ପରେ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତି ମଦନା ପାସୁପୁରେଡି ଏବଂ ଶ୍ରୀ ବିଜୟ କୁମାର ଲେଙ୍କା , କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଷ୍ଟର ଡୋଜ ନେବାପାଇଁ ନଅ ମାସ ପରିବର୍ତ୍ତେ ଛଅ ମାସ କୋହଳ କରି ସୁବିଧାରେ , ମାଗଣାରେ ଏବଂ ସମର୍ଥ ଅନୁଷ୍ଠାନରେ ଏହି କୋଭିଡ ବୁଷ୍ଟର ଡୋଜ ଟିକା ନେବା ବ୍ୟବସ୍ଥା କରିଥିବା ଯୋଗୁଁ ସେମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମରେ ଟିକା ନେବାପାଇଁ ଆସିଥିବା ସମସ୍ତଙ୍କୁ କୋଭିଡ ଟୀକାକରଣ ଏଏନଏମ: ପାତାଙ୍ଗି ଉଷା ଟିକା ଦେଇଥିବା ବେଳେ ନାମ ପଞ୍ଜିକରଣରେ ସହଯୋଗ କରିଥିଲେ ଡିଇଓ: ଶ୍ରୀ ଉଦୟ ଶଙ୍କର ସାମଲ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031