Indus Valley Times

ଗଜପତି: ଭୋଟର ହେବା- ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଭୋଟର ହେବା- ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଭୋଟର ହେବା- ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
November 11
21:09 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି.୧୧/୧୧ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଗୁରୁବାର ଗଜପତି ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନିମନ୍ତେ ଭୋଟର ହେବା- ଦେଶ ଗଢିବା ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟ ପରିସରରେ ପୂର୍ବାହ୍ନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମରେ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଯୋଗଦେଇ ଭୋଟ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ କାର୍ଯ୍ୟକ୍ରମ ଅବସରରେ ଭୋଟର ତାଲିକାରେ ନାମ-ଯାଞ୍ଚ , ସଂଶୋଧନ , ସ୍ଥାନାନ୍ତର , ନୂତନ ଭୋଟର ଭାବେ ଆବେଦନ ପାଇଁ ଉପାୟ , ଭୋଟର ହେଲ୍ପ-ଲାଇନ ନ:-୧୯୫୦ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ତା:- ୧/୧/୨୦୨୨ ରିଖ ସୁଦ୍ଧା ୧୮ ବର୍ଷ ବୟସ କି ତାଠାରୁ ଉର୍ଦ୍ଧ୍ବ ହୋଇଥିଲେ ବିଏଲଓ ପାଖକୁ ନ ଯାଇ କିଭଳି ଘରେ ବସି ଭୋଟର ହେଲ୍ପ-ଲାଇନ ଆପ ଦ୍ୱାରା ନାମ ପଞ୍ଜିକରଣ କରି ଭୋଟ କାର୍ଡ ମିଳିପାରିବ ସେ ଉପରେ ବୁଝାଇ ସଚେତନ କରାଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଭୂୟାଁ ଓ ମହାବିଦ୍ୟାଳୟର ଏନଏସଏସ: ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଏହି ଅଭିଯାନ କାର୍ଯ୍ୟକ୍ରମରେ ନିଜେ ସାମିଲ ହେବାସହ ଅନ୍ୟକୁ ସାମିଲ କରାଇ ଭୋଟର ହେବା-ଦେଶ ଗଢିବା ଅଭିଯାନକୁ ସାର୍ଥକ କରିବା ପାଇଁ ଆହ୍ବାନ ଜଣାଇଥିଲେ ।
ଏଥିସହିତ ଶେଷରେ ଭୋଟର ହେବା-ଦେଶ ଗଢିବା ଅଭିଯାନରେ ମୁଁ ଭୋଟର ହେଲ୍ପ-ଲାଇନ ଆପ ଡାଉନଲୋଡ଼ କରି ଏହି ଅଭିଯାନରେ ସାମିଲ ହେଲି ସମ୍ପର୍କିତ ଏକ ସେଲ୍ଫି-ପଏଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା .।
ସେଲ୍ଫି-ପଏଣ୍ଟରେ ଛାତ୍ରୀ ମାନେ ଫୋଟ ଉଠାଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ ହୋଇଥିବା ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031