Indus Valley Times

ଗଜପତି : ମନରେଗା ନାମକୁ ପରିବର୍ତ୍ତନ ନ କରି ପୂର୍ବଭଳି ବଳବତ୍ତର ରଖାଯିବାକୁ ଜିଲ୍ଲା କଂଗ୍ରେସର ରାଲି , ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

 Breaking News

ଗଜପତି : ମନରେଗା ନାମକୁ ପରିବର୍ତ୍ତନ ନ କରି ପୂର୍ବଭଳି ବଳବତ୍ତର ରଖାଯିବାକୁ ଜିଲ୍ଲା କଂଗ୍ରେସର ରାଲି , ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଗଜପତି : ମନରେଗା ନାମକୁ ପରିବର୍ତ୍ତନ ନ କରି ପୂର୍ବଭଳି ବଳବତ୍ତର ରଖାଯିବାକୁ ଜିଲ୍ଲା କଂଗ୍ରେସର ରାଲି , ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
December 23
19:52 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୧୨ : ଗତ ୨ ଦଶନ୍ଧି ପୂର୍ବେ କଂଗ୍ରେସ ସରକାର ଅମଳରେ ଗରିବ , ଶୋଷିତ ଓ ଦାରିଦ୍ର‌୍ୟ ଶ୍ରେଣୀର ଲୋକଙ୍କୁ କାମଧନ୍ଦା ଯୋଗାଇ ଦେଇ ଜୀବିକା ଉଦ୍ଦେଶ୍ୟରେ ସେତେବେଳେ ସଂସଦରେ ମନରେଗା ଆଇନକୁ ସର୍ବସମ୍ମତି କ୍ରମେ ପାରିଟ କରାଇଥିଲେ ।
କିନ୍ତୁ ବର୍ତ୍ତମାନ୍ କେନ୍ଦ୍ର ସରକାର ସେହି “ମନରେଗା” ଯୋଜନା ଆଇନକୁ ନାମ ପରିବର୍ତ୍ତନ କରି “ଭିବି ଜି ରାମ ଜୀ” ନାମ ଦେଇ ନାମିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନାମ ପରିବର୍ତ୍ତନରେ କଂଗ୍ରେସ କ୍ଷୁବ୍ଧ ଓ ତାକୁ ନିନ୍ଦା କରି ଏହାର ବିରୋଧରେ ତୀବ୍ର ଆନ୍ଦୋଳନ ଜାରୀ ରଖିଛି ।
ସେହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜୋରଦାର ଆନ୍ଦୋଳନର ରୂପ ନେଇଥିଲା ।
ଏହି ଅବସରରେ ଏହି ନୂତନ ନାମକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପ୍ରତିବାଦ ରାଲୀ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ନାମ ପରିବର୍ତ୍ତନ କୁ ବିରୋଧ ଓ ନିନ୍ଦା କରି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ , କଂଗ୍ରେସ ପକ୍ଷରୁ ଗତ ୨୦ ବର୍ଷ ପୂର୍ବେ ଯେଉଁ ମନରେଗା ଯୋଜନା ଆଇନକୁ ପାରିତ କରି ଗରିବ , ଶୋସିତ ଏବଂ ଦାରିଦ୍ର‌୍ୟ ପାଇଁ କଂଗ୍ରେସ ଯେଉଁ କ୍ରାନ୍ତିକାରୀ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଏବଂ ସେମାନଙ୍କୁ ନିଯୁକ୍ତିର ଏକ ଆଇନଗତ ଅଧିକାର ସୁଯୋଗ ଦେବା ସହ ଗ୍ରାମ ପଞ୍ଚାୟତକୁ ସଶକ୍ତ କରିବା ଓ ଏହି ମନରେଗା ଯୋଜନା ମାଧ୍ୟମରେ ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ବରାଜ ସ୍ବପ୍ନକୁ ପୂରଣ କରିବା , କିନ୍ତୁ ତାହାକୁ ଆଜି କେନ୍ଦ୍ରର ମୋଦୀ ସରକାର ବୁଲ ଡ୍ରେଜର ଲଗାଇ ଭାଙ୍ଗି ଦେଇଛନ୍ତି । ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ରର ମୋଦୀ ସରକାର ଗ୍ରାମାଞ୍ଚଳର ଗରିବ , ବେକାର ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି ମାନରେଗାକୁ ସମ୍ପୂର୍ଣ ଭାବେ ଦୁର୍ବଳ କରିଦେବା ପାଇଁ ଏକ କୁପ୍ରୟାସ କରି ଏହି ଆଇନକୁ ସମ୍ପୂର୍ଣ ଭାବେ ଦୁର୍ବଳ କରିଦେଇ ମୋଦୀ ସରକାର ଲକ୍ଷ ଲକ୍ଷ ଚାଷୀ , ଶ୍ରମିକ ଏବଂ ଭୂମିହୀନ ଗ୍ରାମୀଣ ଗରିବଙ୍କ ସ୍ୱାର୍ଥ ଉପରେ କଠୋର ଆଘାତ ଓ ଆକ୍ରମଣ କରିଛି ।
କଂଗ୍ରେସ , କେନ୍ଦ୍ରର ମୋଦୀ ସରକାରଙ୍କ ଏହିଭଳି କଠୋର ଆଘାତ ଓ ଆକ୍ରମଣକୁ କଦାପି ବରଦାଷ୍ଟ କରିବନି , ଏହାର ବିରୋଧରେ ସବୁ ପ୍ରକାରର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି କୁହା ଯାଇଛି ।
ଏହି ଅବସରରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ସମେତ ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ ପଣ୍ଡା ସହ ଶ୍ରୀ ସଞ୍ଜୟ ଅଧିକାରୀ , ଏସ ପାପାରାଓ , ସୂର‌୍ୟ୍ୟ ନାରାୟଣ ପାତ୍ର , ଜିଖବ୍ ରଇତ , ପୁରୁଷୋତ୍ତମ ପାଣିଗ୍ରାହୀ , ରାନୁ ଦଣ୍ଡସେନା , ମୀନ ମଣ୍ଡଳ , ଲକ୍ଷ୍ମଣ ବଳିଆର ସିଂହ , ବିଭିନ୍ନ ବ୍ଲକର ନେତା ଓ କର୍ମୀ , ଛାତ୍ର କଂଗ୍ରେସ , ଯୁବ ଓମହିଲା କଂଗ୍ରେସ , ସମସ୍ତ କଂଗ୍ରେସ ସାଂଗଠାନିକ ନେତା ଏଭଳି ବହୁ ସଂଖ୍ୟାରେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031