Indus Valley Times

ଗଜପତି: ମମିତା ମେହେର ହତ୍ୟା ,ଘଟଣା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆଗାମୀ ୬ରେ ଗଜପତି ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା

 Breaking News

ଗଜପତି: ମମିତା ମେହେର ହତ୍ୟା ,ଘଟଣା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆଗାମୀ ୬ରେ ଗଜପତି ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା

November 05
09:15 2021

ଗଣେଶ କୁମାର ରାଜୁ ଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୫/୧୧: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଓ ତାଙ୍କର ଇସ୍ତଫା ଦାବିରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଚଳିତ ମାସର ଆସନ୍ତା ୬ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଗୁରୁବାର ଦିନ ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର‌୍ୟ୍ୟାଳୟରେ ଆୟୋଜିତ ପ୍ରେସମିଟରେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ ।

  ବିଧାୟକ ଶ୍ରୀ ରାଓ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଓଡିଶାରେ ବାରମ୍ବାର ରେପ, ମର୍ଡର  ଓ ନିର‌୍ୟ୍ୟାତନା ସବୁ ଚାଲିଛି । ଦୋଷୀକୁ ଦଣ୍ଡ ମିଳୁନି କି ପିଡିତାକୁ ନ୍ୟାୟ ମିଳୁନି । ଅତୀତରେ ଏହିଭଳି ଅନେକ ଘଟଣା ଘଟିଛି , ଯାହାକି ,  କୁନ୍ଦଲି ଠାରୁ ଆରମ୍ଭ କରି ପିପିଲି , ପାରଳା ଏସିଏଫଓ ଏବଂ ମହାଲିଙ୍ଗ ପର‌୍ୟ୍ୟନ୍ତ ସବୁଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କୋଣସି ଦୃଷ୍ଟି ନାହିଁ ।

   ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମ୍ପୃକ୍ତ ମନ୍ତ୍ରୀ ଇସ୍ତଫା ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

      ତେଣୁ ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ୬ ତାରିଖ ଶନିବାର ଦିନ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ-ଡାକରାରେ ସମସ୍ତେ ସହଯୋଗ କରିବା ପାଇଁ ବିଧାୟକ ଶ୍ରୀ ରାଓ , ସମସ୍ତଙ୍କୁ ନିବେଦନ ଜଣାଇଛନ୍ତି ।

  ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ ଓ ବରିଷ୍ଠ ନେତା ଶ୍ରୀ ବିଭୁତି ବେହେରା ମଞ୍ଚଆସିନ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031