Indus Valley Times

ଗଜପତି: ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ଓ ସୁଶାସନ ଦିବସ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ

 Breaking News

ଗଜପତି: ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ଓ ସୁଶାସନ ଦିବସ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ

December 25
19:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧୨: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଭାଜପା: କାର୍ଯ୍ୟାଳୟ ଠାରେ ଜିଲ୍ଲା ଭାଜପା ପକ୍ଷରୁ ମହାନ ଜନନାୟକ ରାଷ୍ଟ୍ରନେତା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ଓ ତାଙ୍କ ସୁଶାସନ ଦିବସ ସମେତ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାସିକ ରେଡ଼ିଓ ମନ କି ବାତ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲା ଭାଜପା: ର ବରିଷ୍ଠ ତଥା ପଦାଧିକାରୀ ନେତା ମାନେ ସ୍ବର୍ଗତ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଜୟନ୍ତୀ ସହ ତାଙ୍କ କାର୍ଯକାଳ ସମୟକୁ ସୁଶାସନ ଦିବସ ଭାବେ ମଧ୍ୟ ପାଳନ କରା ଯାଇଥିଲା ।
ବକ୍ତାମାନେ ମୁଖ୍ୟତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାର୍ଯ୍ୟକାଳ ସମୟରେ ଦେଶ ପ୍ରକୃତ ଗଣତନ୍ତ୍ରର ମୂଲ୍ୟବୋଧ ଜାଣିଥିଲା , ସେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଲୋକଙ୍କ ଠାରେ ପହଞ୍ଚି ପାରିଥିଲା । ଦେଶରେ ସେତେବେଳେ ସ୍ଵର୍ଣ୍ଣ ଚତୁର୍ଭୁଜ ଯୋଜନା , ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା , ସର୍ବଶିକ୍ଷା ପ୍ରଭୃତି ଲୋକାଭିମୁଖୀ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।
ଏଥି ସମେତ ଆଜି ଜିଲ୍ଲା ଭାଜପା: କାର୍ଯ୍ୟାଳୟରେ ଭାଜପା ନେତା ଓ କର୍ମୀ ମାନେ ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାସିକ ରେଡ଼ିଓ କାର‌୍ୟ୍ୟକ୍ରମ \”ମନ କି ବାତ୍\” ଶୁଣିଥିଲେ ଓ ଦେଖିଥିଲେ।
ସେଥିରେ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ସବୁ ତାଙ୍କର ମନ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ , ସେ ସବୁକୁ ସଂସ୍କୃତି , ଆଧାର ଓ ଯୋଗ ମାଧ୍ୟମରେ ଆମର ଯେଉଁ ପରମ୍ପରାର ଆୟୁଧ ଏହି ଭାରତବର୍ଷ , ତାକୁ ଆଧାର କରି ଆଜି ପ୍ରଧାନମନ୍ତ୍ରୀ ମୋଦୀଜୀ \”ମନ କି ବାତ୍\” କାର୍ଯ୍ୟକ୍ରମରେ ସମଗ୍ର ଦେଶକୁ ଦେଇଥିବା ବାର୍ତ୍ତା ଅତ୍ୟନ୍ତ ଉପାଦେୟ ବୋଲି କହିଥିଲେ ।
ଏହି କାର୍ଯ୍ୟମ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା: କୃଷକ-ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ପାଳ , ଭାଜପା: ଜିଲ୍ଲା ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆଇ: ପ୍ରଶାନ୍ତ କୁମାର , ନଗର ସଭାପତି ଶ୍ରୀ ଟି: ବସନ୍ତ କୁମାର ଓ ଶ୍ରୀ ଶ୍ରୀଧର ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031