Indus Valley Times

ଗଜପତି: ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

February 28
20:45 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୨: ପାରଳାଖେମୁଣ୍ଡି ଠାରେ ୧୯୧୯ ମସିହାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ବିଦ୍ୟାଳୟ ତଥା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ” ସମାରୋହ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ଓ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହାକୁ କଲ୍ୟାଣୀ ଗଜପତି ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମିଳିତ ଭାବେ ଉନ୍ମୋଚନ କରିଥିଲେ ।
ପରେ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୁରାତନ ଛାତ୍ରୀ ସଂସଦର ସଭାପତି ଅଧ୍ୟାପିକା ଶ୍ରୀମତୀ କଳ୍ପନା ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷା ଓ ମହିଳା ଶସକ୍ତିକରଣ ଦିଗରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ୧୦୪ ବର୍ଷ ପୂର୍ବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବିଦ୍ୟାଳୟ ସ୍ଥାପିତ କରିଥିଲେ ତାହା ଆଜି ବହୁ ଗୁଣରେ ସାର୍ଥକ ହୋଇଛି ।
ଆଜି ନାରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି । ସାଂପ୍ରତିକ ଯୁଗରେ ବାଳିକା ମାନଙ୍କୁ ନୂତନ ଶିକ୍ଷାନୀତି , ବୈଷୟିକ ଶିକ୍ଷା ପ୍ରତି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଇ ଉଚ୍ଚ ଶିକ୍ଷିତ କରାଇବା ସହ ସମାଜ ଓ ଦେଶ ପ୍ରଗତିରେ ସହାୟକ ହେବାକୁ ଦିଗଦର୍ଶନ ଦେବାପାଇଁ ଉପସ୍ଥିତ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ରାୟଗଡ଼ା ସ୍ଥିତ ଡାଏଟ ର ଅବସରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ପାଢ଼ୀ ଏବଂ ସମ୍ମାନୀତ ଅତିଥି ଭାବେ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଶ୍ରୀମତୀ ସ୍ବରାଜ ଲକ୍ଷ୍ମୀ ବକ୍ସି ମିଶ୍ର ଓ ପୁରାତନ ଶିକ୍ଷୟତ୍ରୀ ଶ୍ରୀମତୀ ନିର୍ମଳା ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ।
ପୁରାତନ ଛାତ୍ରୀ ସଂସଦ ସମ୍ପାଦିକା ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ କୃତିତ୍ୱ ଉପରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ “ଶତବାର୍ଷିକୀ ଉତ୍ସବ”ର ସ୍ମରଣିକା ମୁଖ୍ୟଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ପରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ଭର୍ଦ୍ଧିତ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଦିବଂଗତ ପୁରାତନ ଛାତ୍ରୀ , ଛାତ୍ରୀ ଓ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ପରେ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଆବାହନ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ ପୁରାତନ ଛାତ୍ରୀ ସଂସଦର ଶ୍ରୀମତୀ ଗୀତାଞ୍ଜଳୀ ଦାସ । ସେହିଭଳି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ଦୋରା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031