Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସଂଭିଧାନ ଦିବସ ପାଳିତ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସଂଭିଧାନ ଦିବସ ପାଳିତ

November 26
19:56 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୧ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।
ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥା ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଚେତନତା ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତର ସଂଭିଧାନ ପ୍ରଣେତା ଡ଼ଃ ବି:ଆର୍: ଆମ୍ବେଦକରଙ୍କ ଫୋଟ ଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା ।
ପରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ସଭା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ପ୍ରତ୍ୟେକ ଦେଶର ସମ୍ବିଧାନ ହେଉଛି ,ଏହାର ମେରୁଦଣ୍ଡ । ଭାରତର ବୃହତ ସମ୍ବିଧାନ ଏହାର ନାଗରିକ ମାନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଥାଏ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଭାରତକୁ ପ୍ରକୃତା-ସମ୍ପନ୍ନ , ସମାଜବାଦୀ ଓ ଧର୍ମ ନିରପେକ୍ଷ ଲୋକ ତନ୍ତ୍ରଆତ୍ମକ ଗଣରାଜ୍ୟ ଭାବେ ଗଠନ କରିବା ଏବଂ ସମସ୍ତ ନାଗରିକଙ୍କୁ ସାମାଜିକ , ଆର୍ଥିକ ଓ ରାଜନୈତିକ ନ୍ୟାୟପ୍ରାପ୍ତ ପାଇବା ପାଇଁ ବ୍ୟକ୍ତିର ଗାରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରି ବଜାୟ ରଖିବା ଉପରେ ବିସ୍ତୃତ ଭାବେ କହିଥିଲେ ।
ପରେ ଅଧ୍ୟକ୍ଷା ଡ଼ଃ ସାହୁ , ଭାରତ ସମ୍ବିଧାନରେ ରହିଥିବା ମୁଖବନ୍ଧକୁ ଉପସ୍ଥିତ ସମସ୍ତ ଛାତ୍ରୀଙ୍କ ମଧ୍ୟରେ ପାଠ କରାଇବା ସହ ଶପଥ ପାଠ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଅଧିକାରୀ ତଥା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମ୍ବିଧାନ ଦିବସ ପାଳନ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଶ୍ରୀମତୀ ସି:ଏଚ: ନିର୍ମଳା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର କର୍ମଚାରୀ ଶ୍ରୀ ଏଲ: ଦୁର୍ଯ୍ୟୋଧନ , ଶ୍ରୀମତୀ ଲାଲି ଖଡ୍ଗରାୟ , ଶ୍ରୀ ଏଲ ଅଶୋକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031