Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ରାଜନୈତିକ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ରାଜନୈତିକ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

November 29
19:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୧: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଶଙ୍କର ପ୍ରସାଦ ବକ୍ସି ପାଠଚକ୍ରରେ ଛାତ୍ରୀ ମାନଙ୍କୁ ସମ୍ବିଧାନ କଣ ଓ ତାର ମୌଳିକ ଅଧିକାର ସମେତ ସମ୍ବିଧାନର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ପ୍ରଭୃତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ ।
ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡଃ ସାହୁ ସମ୍ବିଧାନର ଭାରତୀୟ ସମ୍ବିଧାନରେ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିବା ବେଳେ କୁମାରୀ ଶୁଭଦର୍ଶନୀ ଦାସ ତୃତୀୟ ବର୍ଷ କଳାଛାତ୍ରୀ ସଂନ୍ଦର୍ଭ ଉପସ୍ଥାପନ କରିଥିଲେ ।
ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ସ୍ବାଗତ କରା ଯାଇଥିଲା ବେଳେ ତୃତୀୟ ବର୍ଷର ଛାତ୍ରୀମାନେ ଏଥିରେ ବହୁ ସଂଖ୍ୟାରେ ତୃତୀୟ ବର୍ଷର ଛାତ୍ରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031