Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

January 26
12:12 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ବିଶ୍ବ ଓଡିଆ ଭାଷା ସମ୍ମିଳନୀ” ଆନୁକୂଲ୍ୟରେ “ଜଗନ୍ନାଥ ସଂସ୍କୃତି ଓ ଲୋକ ସଂସ୍କୃତି” ଶିର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ବିଭାଗ) ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ ।
ଜଗନ୍ନାଥ ସଂସ୍କୃତି ଆଧାରିତ ବିଭିନ୍ନ କିମ୍ବଦନ୍ତୀ ଓ କାହାଣୀକୁ , ଉପଦେଶ ଛଳରେ କହି ପିଲାଙ୍କୁ ସ୍ଥିତପ୍ରଜ୍ଞ , ସାହସୀ ଓ କର୍ମ-କୁଶଳୀ ହେବା ପାଇଁ ପ୍ରରୋଚନା ଦେଇଥିଲେ ଏବଂ ଆଜିର ଦିନଟି ” ଜାତୀୟ ମତଦାତା ଦିବସ” ହୋଇଥିବା ଯୋଗୁଁ ଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଉପରେ ମଧ୍ୟ ସଚେତନ କରାଇଥିଲେ।
ସେହିପରି ଅନୁଷ୍ଠାନର ଅଧ୍ୟକ୍ଷା ଡଃ ରୀନା ସାହୁ ଜଗନ୍ନାଥ ସଂସ୍କୃତିକୁ ନେଇ ରଚିତ ସାହିତ୍ୟକୃତୀ ଗୁଡିକର ଅନୁଶୀଳନ ପୂର୍ବକ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ , ପରୋପକାରୀ , ଅହଂଶୂନ୍ୟ ହେଲେ ଜଣେ ଲକ୍ଷାଭିମୁଖୀ ହୋଇପାରିବ ବୋଲି କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମର ଆକର୍ଷଣୀୟ ବିଷୟ ଥିଲା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ ଦୀପ୍ତିରାଣୀ ମଲ୍ଲିକ । ଦୀପ୍ତିରାଣୀ ମଲ୍ଲିକକୁ ମଞ୍ଚାସୀନ ଅତିଥି ବୃନ୍ଦ ତାଙ୍କ ବସିବା ସ୍ଥାନକୁ ଆସି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜଗନ୍ନାଥ ସଂସ୍କୃତିର ଏହା ହିଁ ମହିମା ।
ଆଲୋଚନା ଚକ୍ରର ପ୍ରାରମ୍ଭରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ , “ନୂଆ-ଓ” କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ବୃନ୍ଦ ଏବଂ ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031