Indus Valley Times

ଗଜପତି: ମାତୃପିତୃହୀନ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 Breaking News

ଗଜପତି: ମାତୃପିତୃହୀନ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

September 22
22:43 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୯: ଗଜପତି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣା”ର ମିଳିତ ସହଯୋଗ କ୍ରମେ ପାରଳାଖେମୁଣ୍ଡି ସ୍ଥିତ ଜଳ ବିଭାଜିକା ସଭାଗୃହ ଠାରେ ମାତୃପିତ୍ରୁହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଥଇଥାନ ନିମନ୍ତେ ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ସଭାପତି , ସମ୍ପାଦକ ଏବଂ ପରିଚାଳକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ଵାଗତ କରିବା ସହ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କୁ ଆସୁଥିବା ପ୍ରତ୍ୟେକ ଶିଶୁ କିଭଳି ଗୋଟିଏ ପରିବାର ପାଇବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଭାବେ କଟକରୁ ଆସିଥିବା ଶ୍ରୀ ପ୍ରଶାନ୍ତ କୁମାର ପାଲଟା ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁଟି କିଭଳି ପରିବାର ଟିଏ ପାଇପାରିବ ଏବଂ ସେଥିପାଇଁ ରହିଥିବା ଯୋଜନା ଯଥା: ପୃଷ୍ଠପୋଷକତା (ସ୍ପୋନସର ସିପ), ପ୍ରତିପାଳନ ଯତ୍ନ(ଫୋଷ୍ଟର କେୟାର ), ପୌଷ୍ୟ ସନ୍ତାନ (ଏଡପସନ୍) ଏବଂ ପରବର୍ତ୍ତୀ ଯତ୍ନ(ଆଫଟାର କେୟାର) ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସମେତ ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ କଣ ସବୁ ଦାୟିତ୍ଵ ରହିଛି , ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ଯାଇଥିଲା ।
ଶିଶୁଟି କୌଣସି ପରିବାରକୁ ଗଲାପରେ ସଂପୃକ୍ତ ପରିବାରର ସଦସ୍ୟ ମାନେ କିଭଳି ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।
ସେଥିପାଇଁ ଶିଶୁ ସୁରକ୍ଷା ଯୋଜନାର ସମସ୍ତ କର୍ମକର୍ତ୍ତା କିଭଳି ଅଧିକ ଯତ୍ନବାନ ହେବେ , ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଇ-ଶିକ୍ଷାର ସଂଯୋଜକ ଶ୍ରୀ ମାନସ ନାୟକ ଉପସ୍ଥିତ ରହି ଶିଶୁଯତ୍ନ ଅନୁଷ୍ଠାନକୁ ପ୍ରଦାନ କରା ଯାଇଥିବା କମ୍ପ୍ୟୁଟର ଟାବଲେଟର ପରିଚାଳନା ଓ ରକ୍ଷଣା ବେକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣା”ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031