Indus Valley Times

ଗଜପତି: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆକାଶବାଣୀ ମୋହନା – ୧୦୩-୬ ଏଫ୍ଏମ ଭରଚୁଆଲ ମୋଡରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆକାଶବାଣୀ ମୋହନା – ୧୦୩-୬ ଏଫ୍ଏମ ଭରଚୁଆଲ ମୋଡରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆକାଶବାଣୀ ମୋହନା – ୧୦୩-୬ ଏଫ୍ଏମ ଭରଚୁଆଲ ମୋଡରେ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
April 29
10:16 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୪ : ଗଜପତି ଜିଲ୍ଲା ମୋହନା ଠାରେ ଆଜି ସକାଳ ୧୦ ଟା ୩୦ ମିନିଟ ସମୟରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭରଚୁଆଲ ମୋଡରେ ଆକାଶବାଣୀ ପ୍ରସାରଣ କେନ୍ଦ୍ର ୧୦୦ ୱାଟ ବିଶିଷ୍ଟ ଶକ୍ତି ସମ୍ପନ୍ନ ୧୦୩-୬ ଏଫ୍ଏମ: ର ଶୁଭ ଉଦଘାଟନ କରିଛନ୍ତି ।
ସାରା ଭାରତର ୯୧ଟି ସ୍ଥାନରେ ଆକାଶବାଣୀର ୧୦୦ ୱାଟ ବିଶିଷ୍ଟ ୧୦୩-୬ ଏଫ୍ଏମ ପ୍ରସାରଣ କେନ୍ଦ୍ରର ଭରଚୁଆଲ ମୋଡରେ ଶୁଭ ଉଦଘାଟନ କରିଥିବା ବେଳେ ସେଥିମଧ୍ୟରୁ ଗଜପତି ଜିଲ୍ଲାର ମୋହନା ଅନ୍ୟତମ ।
ଓଡିଶାର ଫୁଲବାଣୀ, ମୋହନା, ବରଗଡ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଏଭଳି ୭ଟି ସ୍ଥାନରେ ଆକାଶବାଣୀର ଏଫ୍ଏମ ପ୍ରସାରଣ କେନ୍ଦ୍ର ଉଦଘାଟନ ହୋଇଛି ।
ସଂପୃକ୍ତ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ଏହି ଉଦଘାଟନୀ ପ୍ରସାରଣ କାର୍ଯ୍ୟକ୍ରମ ଲୋକମାନଙ୍କ ଦେଖିବା ପାଇଁ ମୋହନା ଠାରେ ବଡ ଏଲ୍ଇଡି ଟିଭି ପରଦାର ବ୍ୟବସ୍ଥା କରା ଯାଇଥିଲା ।
ମୋହନା ଭଳି ଆଦିବାସୀ ବହୁଳ ତଥା ଦୁର୍ଗମ ଅଞ୍ଚଳ ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହିଭଳି ଆକାଶବାଣୀ ଏଫ୍ଏମ ପ୍ରସାରଣ କେନ୍ଦ୍ରର ସ୍ଥାପନ ଓ ଏହାକୁ ପ୍ରଧାନମନ୍ତ୍ରୀ ଭରଚୁଆଲ ମୋଡରେ ଉଦଘାଟନ କରିଥିବା ଯୋଗୁଁ ଅଞ୍ଚଳବାସୀ ବେଶ ଖୁସି ବ୍ୟକ୍ତ କରି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଏଣିକି ସେମାନେ ରେଡ଼ିଓ ମାଧ୍ୟମରେ ରାଜ୍ୟ ସମେତ ଦେଶ ବିଦେଶର ସମସ୍ତ ବିଷୟ ଉପରେ ଶୁଣି ଅବଗତ ହୋଇପାରିବେ ବୋଲି ଶ୍ରୀ ପଞ୍ଚାନନ ଦାସ , ବର୍ଷାରାଣୀ ମହାଙ୍କୁଡ ଓ ଜିତେନ୍ଦ୍ର କୁମାର ବେହେରା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଜପତି ଜିଲ୍ଲା ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ ଏହା ଦ୍ଵାରା ମୋହନା ଅଞ୍ଚଳବାସୀ ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଇଞ୍ଜିନିୟର ଶ୍ରୀ ଅମର ପ୍ରସାଦ ସାହୁ କହିଛନ୍ତି ଯେ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଇଚ୍ଛା ଓ ସ୍ଵପ୍ନ ଥିଲା ଯେ , କିଭଳି ସମସ୍ତଙ୍କ ଠାରେ ପହଞ୍ଚି ପାରିବେ , ତାହା ଆଜି ସେ ସମସ୍ତଙ୍କ ଠାରେ ପହଞ୍ଚି ପାରିଛନ୍ତି ।
ଏଠାରେ ଯେଉଁ ପ୍ରସାରଣ କେନ୍ଦ୍ର ସ୍ଥାପନ ହୋଇଛି , ତାହା ୧୦୦ ୱାଟ ଶକ୍ତି ସମ୍ପନ୍ନ ବିଶିଷ୍ଟ । ମୋହନା ବ୍ଲକ ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟ ୧୫ କିମି: ଦୁରତାରେ ଥିବା ଲୋକେ ରେଡ଼ିଓ ୧୦୩-୬ ଏଫ୍ଏମ ଟ୍ରାନସମିସନ ଯୋଗେ ଶୁଣି ଉପକୃତ ହୋଇପାରିବେ ବୋଲି କହିଥିଲେ ।
ପୂର୍ବରୁ ରେଡ଼ିଓ ଯୋଗେ ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ହେଉ କି କୃଷିଭିତ୍ତିକ , ସାଂସ୍କୃତିକ , ପାଣିପାଗ , ଜରୁରୀକାଳୀନ ଓ ଅନ୍ୟାନ୍ୟ ଉପାଦେୟ ଖବର ହେଉ , କିଛି ଜାଣି ପାରୁ ନ ଥିଲେ । ଏଣିକି ସବୁ ରେଡ଼ିଓ ମାଧ୍ୟମରେ ଜାଣିପାରିବେ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଏହି ଭରଚୁଆଲ ମୋଡ଼ ପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031