Indus Valley Times

ଗଜପତି: ମା’ ଫୁଲ ସୁନ୍ଦରୀ ସ୍ମୃତି ପୀଠ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମା’ ଫୁଲ ସୁନ୍ଦରୀ ସ୍ମୃତି ପୀଠ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ମା’ ଫୁଲ ସୁନ୍ଦରୀ ସ୍ମୃତି ପୀଠ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ
August 19
11:17 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୮: ପାରଳାଖେମୁଣ୍ଡି ସ୍ଥିତ ସାମୁଟିଆ ସାହି ଠାରେ ଥିବା ମା” ଫୁଲ ସୁନ୍ଦରୀ ପୀଠର ସାମୁଟିଆ ସାହି କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ନଗର ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପାରଳା ନଗର ସମେତ କୁର୍ଲଣ୍ଡା , ସୀତାପୁର ଏବଂ ଯାଜପୁର ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେରାଣ୍ଡି ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଦାମୋଦର ଦାସଜୀ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ନିକଟସ୍ଥ ପରିଛା ମଠରେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ପୂଜା-ଅର୍ଚ୍ଚନା ଏବଂ ମନ୍ଦିର ବେଢା ପରିକ୍ରମା ପରେ ସେଠାରେ ଆୟୋଜିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ତଥା ବାଳ ମୁକୁନ୍ଦ କେନ୍ଦ୍ରର ପ୍ରଥମ ଦିବସ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।
ନଗର ପରିକ୍ରମା ପରିଶେଷରେ ସିଦ୍ଧ ମହାବୀର ହନୁମାନ ମନ୍ଦିର ପରିସରରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ , ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଶ୍ରୀ ପ୍ରଦୀପ ନାୟକ , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ କୃଷ୍ଣ ବେହେରା ଏବଂ କାଉନସିଲର ଶ୍ରୀ ବାବୁନା ବେହେରା ପ୍ରମୁଖ ଯୋଗଦେଇ ଭକ୍ତଗଣ ମାନଙ୍କୁ ଉହିତ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଓପୁରୋହିତ ଶ୍ରୀ ଜଗନ୍ନାଥ ରଥ ଏବଂ ବାଳ ମୁକୁନ୍ଦ କେନ୍ଦ୍ର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀ ଅଭିମନ୍ୟୁ ପଣ୍ଡା , ଶ୍ରୀ ଜାନକୀ ଚରଣ ବେହେରା ଏବଂ ଶ୍ରୀ ମଧୁ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031