Indus Valley Times

ଗଜପତି: ମିରାକଲ ଡେନ୍ସ ଷ୍ଟୁଡିଓ ପକ୍ଷରୁ ରାଜ୍ୟସ୍ତରୀୟ ୨ ଦିନିଆ ମେଗା ଡେନ୍ସ ଚମ୍ପିୟାନସିପ ତଥା ଅଡିସନ୍ ଓ ମେଗା ଅଡିସନ୍ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି: ମିରାକଲ ଡେନ୍ସ ଷ୍ଟୁଡିଓ ପକ୍ଷରୁ ରାଜ୍ୟସ୍ତରୀୟ ୨ ଦିନିଆ ମେଗା ଡେନ୍ସ ଚମ୍ପିୟାନସିପ ତଥା ଅଡିସନ୍ ଓ ମେଗା ଅଡିସନ୍ କାର୍ଯ୍ୟକ୍ରମ ଉଦଘାଟିତ

November 04
23:01 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୧୧: ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ତଥା ସୁନାମଧନ୍ୟ ସଂସ୍କୃତି ଭରା ଡେନ୍ସ ଅନୁଷ୍ଠାନ ମିରାକଲ ଡେନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟ-ସ୍ତରୀୟ ୨ ଦିନିଆ ମେଗା ଡେନ୍ସ ଚମ୍ପିୟାନସିପ ତଥା ଅଡିସନ୍ ଓ ମେଗା ଅଡିସନ୍ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇ ଯାଇଛି ।
ଏହି ମେଗା ଡେନ୍ସ ଚାମ୍ପିଅନସିପ କାର୍ଯ୍ୟକ୍ରମକୁ ପାରଖେମୁଣ୍ଡି ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର-ପ୍ରାପ୍ତ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ପ୍ରମୁଖ ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଥିଲେ ।
ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ମିରାକଲ ଡେନ୍ସ ଷ୍ଟୁଡିଓର ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ମୋହନ ସେନାପତିଙ୍କ ସଭାପତିତ୍ବରେ ଏବଂ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସଂଯୋଜନାରେ ମଞ୍ଚାସିନ ଅତିଥି ଭାବେ ପାରଳା ପୌରଧ୍ୟକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀ , ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଳାକାର ଶ୍ରୀ ଆଦର୍ଶ ଦାସ ପ୍ରମୁଖ ଯୋଗଦେଇ ପାରଳାଖେମୁଣ୍ଡି ସହିତ କଳା , ସାହିତ୍ୟ ଓ ସଂସ୍କୃତିର ସାମଞ୍ଜସ୍ୟର ବିଭିନ୍ନ ଦିଗ ଉପରେ କହି ଉପାନ୍ତ ଅଞ୍ଚଳରେ ଏଭଳି ଉଦ୍ୟମ ପ୍ରତି ମିରାକାଲ ଡେନ୍ସ ଷ୍ଟୁଡ଼ିଓର ନିର୍ଦ୍ଦେଶକଙ୍କୁ ଭୂୟସୀ ପ୍ରଶଂସା କରି ସାଧୁବାଦ୍ ଜଣାଇବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ଡେନ୍ସ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ରାଉରକେଲା ସ୍ଥିତ ସିଦ୍ଧାର୍ଥ ଟିଭି-ରିଅଲିଟି ସୋ: ଦେବଦାସୀର ମେଣ୍ଟର ଶ୍ରୀ ବିଜୟ କୁମାର ସାମଲ , ଭୁବନେଶ୍ୱର ସ୍ଥିତ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି – ସାଇ ଇଣ୍ଟର ନେସନାଲ ସ୍କୁଲର ସୁଶ୍ରୀ ପ୍ରୀତିଲତା ରାଓ ଏବଂ ବ୍ରହ୍ମପୁର ସ୍ଥିତ ରିଦମ୍ ଡେନ୍ସ ଷ୍ଟୁଡିଓ ତଥା ତରଙ୍ଗ ଟିଭି ରିଅଲିଟି ସୋ ର ଶ୍ରୀ ଆପାନା ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ମିରାକଲ୍ ଡେନ୍ସ ଷ୍ଟୁଡିଓର ବରିଷ୍ଠ ସଦସ୍ୟ ଶ୍ରୀ ଅଭୟ କୁମାର ପଣ୍ଡା ଏବଂ ଶ୍ରୀମତୀ ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳ ରୁ ତଥା କୋରାପୁଟ , ରାୟଗଡ଼ା , ବ୍ରହ୍ମପୁର , ଗଜପତି ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାଞ୍ଚଳରୁ ବହୁ ସଂଖ୍ୟାରେ ନୃତ୍ୟ ପ୍ରତିଯୋଗୀ ମାନେ ଆସି ସେମାନଙ୍କ ନୃତ୍ୟ ପ୍ରତିଭା ଦେଖାଇ ଥିଲେ ।
ପ୍ରାରମ୍ଭିକ ନୃତ୍ୟ ଓଡ଼ିଶୀ ପରିବେଷଣ କରିଥିଲେ ସୁଶ୍ରୀ ତାପଶୀ କର ଏବଂ ପରେ ମୀରାକଲ ଡେନ୍ସ ଷ୍ଟୁଡିଓର କୁନି କୁନି ନୃତ୍ୟ କଳାକାର ମାନେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031