ଗଜପତି: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲଙ୍କ ବିଭିନ୍ନ ମା’ ଗୃହ ଓ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୧୧ : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଅକୱାନ ର ସଫଳ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛି ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରା ଯାଇଥିବା ବିଭିନ୍ନ ମାଗୃହ ଓ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ କଣ ସବୁ ବ୍ୟବସ୍ଥା କରାଯାଇଛି , ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରିବା ପାଇଁ ଆଜି ରାଜ୍ୟ ମିଶନ ଶକ୍ତି କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ୟବସ୍ଥାର ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ ।
ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ନିମ୍ଭାଲ ରାୟଗଡ଼ ବ୍ଲକ ଅନ୍ତର୍ଗତ ମା’ ଗୃହ ଓ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି।
ଏହି ଅବସରରେ ସେ ସେଠାରେ ଆଶ୍ରୟ ନେଇଥିବା ସ୍ଥାନାନ୍ତରିତ ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା, ସୁରକ୍ଷା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ପରିଦର୍ଶନ ସମୟରେ ପିଏ, ଆଇଟିଡିଏ ଅଂଶୁମାନ ମହାପାତ୍ର , ରାୟଗଡ ବିଡିଓ ସନ୍ତୋଷ ବାରିକ, ଡିପିଏମ୍ ଟିମାନ ବାରା ଓ ସିଡିପିଓ’ଙ୍କ ସମେତ ବ୍ଲକର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ସେହିଭଳି ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ଜିଲ୍ଲାର ନୂଆଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି।
ଏହି ଅବସରରେ ସେ ଆଶ୍ରୟ-ସ୍ଥଳୀରେ ରହୁଥିବା ସ୍ଥାନାନ୍ତରିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା, ସୁରକ୍ଷା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।
ଏଥିସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି।
ଶ୍ରୀମତୀ ନିମ୍ଭାଲଙ୍କ ଏହି ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ନୂଆଗଡ ବିଡିଓ ଶ୍ରୀ ଲୋକନାଥ ଶବର, ଏପିଡି: ଶ୍ରୀ ପୃଥ୍ୱରାଜ ମଣ୍ଡଳ, ଡିପିଏମ ଶ୍ରୀ ଟିମାନ ଵାରା , ସିଡ଼ିପିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।







