Indus Valley Times

ଗଜପତି : “ମୋ କଲେଜ ଅଭିଯାନ” ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : “ମୋ କଲେଜ ଅଭିଯାନ” ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

October 05
19:29 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୧୦ : ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ “ମୋ କଲେଜ ଅଭିଯାନ” କାର୍ଯ୍ୟାଳୟ ସଭାଗୃହ ଠାରେ “ମୋ କଲେଜ” ଅଭିଯାନର ଏକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର “ମୋ କଲେଜ ଅଭିଯାନ”ର ସଂଯୋଜକ ଅଧ୍ୟାପକ ଶ୍ରୀ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ରାଜ୍ୟର “ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି-ଚାରଣ କରି କହିଥିଲେ ଯେ , ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବା ଠାରୁ ନେଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପର୍ଯ୍ୟନ୍ତ ଏବଂ ଓଡ଼ିଆ ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ କେବଳ ଗଞ୍ଜାମ ଓ ଗଜପତିରେ ନୁହେଁ , ଏହା ସମଗ୍ର ଓଡ଼ିଶାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ ।
ଏହି “ମୋ କଲେଜ ଅଭିଯାନ”‘ର ମହତ ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ମହାବିଦ୍ୟାଳୟ ତଥା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଉନ୍ନତି , ଛାତ୍ରଛାତ୍ରୀ’ ମାନଙ୍କ ଜ୍ଞାନ ଆହରଣ , ,ଶିକ୍ଷାଦାନ’ର ଗୁଣବତ୍ତା , ଅଧ୍ୟାପକ ମାନଙ୍କ ଭୂମିକା ଓ ସର୍ବୋପରି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପ୍ରତି ଯୋଡ଼ି ହେବା ଆଗ୍ରହ ପ୍ରଭୃତିର ଯେଉଁ ମହତ ଉଦ୍ଦେଶ୍ୟ ରଖାଯାଇଛି ତାହା ବାସ୍ତବିକ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହୋଇପାରିବ ।
ମୋ କଲେଜ” ଅଭିଯାନ କାର୍ଯ୍ୟକ୍ରମ ଦ୍ଵାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକର ଆଲୁମନି ତଥା ପୁରାତନ ଛାତ୍ରମାନଙ୍କୁ ତାଙ୍କ ପୁରୁଣା ଶିକ୍ଷାନୁଷ୍ଠାନ ସହ ଯୋଡିବା ବା ସଂଶ୍ଳିଷ୍ଠ କରାଇବା ସହ ସେ ସବୁର ସାମଗ୍ରିକ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।
ଏହି ମହାବିଦ୍ୟାଳୟର ୧୯୭୧ ମସିହାର ପୁରାତନ ଛାତ୍ରୀ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଉପସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ” ମୋ କଲେଜ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ କହି ପୁରାତନ ଛାତ୍ର ସଂସଦର ଲକ୍ଷ ଓ ଭୂମିକା ସମେତ ସଂସଦର ଅତିଥି ଭବନ ଓ ମହାବିଦ୍ୟାଳୟ ମଧ୍ୟରେ ରହିଥିବା ବିଭିନ୍ନ ସମସ୍ୟା ଓ ତାର ସ୍ଥାୟୀ ସମାଧାନ ଉପରେ କହିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭଜମନ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ “ମୋ କଲେଜ ଅଭିଯାନ\”ର ବିଶେଷତ୍ୱ ଉପରେ କହି ଏହାର ପରିକଳ୍ପନା , ଚିନ୍ତାଧାରା ଓ ପଦକ୍ଷେପ ନିଶ୍ଚିତ ଭାବେ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ହେବା ସହ କଲେଜର ଗୌରବ ଓ ସମ୍ମାନ ଆଣିବାରେ ସହାୟକ ହୋଇ ପାରିଥିବା କହିଥିଲେ ।
“ମୋ କଲେଜ ଅଭିଯାନ”ର ସଦସ୍ୟା ଡ଼ଃ ସ୍ନେହାପ୍ରଭା ପଣ୍ଡା ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ପିଜି: ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ଚନ୍ଦ୍ର ଶେଖର ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା , ଛାତ୍ରଛାତ୍ରୀ , ପୁରାତନ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

 

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031