Indus Valley Times

ଗଜପତି: ରାମ ନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

 Breaking News

ଗଜପତି: ରାମ ନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ଗଜପତି: ରାମ ନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ
March 27
20:33 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୩: ପାରଳାଖେମୁଣ୍ଡି ସ୍ଥିତ ରାମନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମିଳିତ ଭାବେ ଏହି ସ୍ୱାସ୍ଥ୍ୟ-କେନ୍ଦ୍ରକୁ ଉଦଘାଟନ କରିଥିଲେ । ଉଦଘାଟନ ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଲି ଦେଖି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ଯେ , ଏହି ସ୍ୱାସ୍ଥ୍ୟ-କେନ୍ଦ୍ର ପିପିପି: ମୋଡରେ କାର୍ଯ୍ୟକାରୀ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସ୍ୱାସ୍ଥ୍ୟ-କେନ୍ଦ୍ର ପାଇଁ ଜଣେ ଡାକ୍ତରଙ୍କ ସହିତ ଜଣେ ଲେଖାଏଁ ଷ୍ଟାଫ-ନର୍ସ ଓ ଫାର୍ମାସିଷ୍ଟ ଡେପୁଟେସନରେ ଅବସ୍ଥାପିତ କରାଯାଇଛି। ଏ ଅଞ୍ଚଳବାସୀ\’ଙ୍କ ପାଇଁ ଦୀର୍ଘବର୍ଷ ଧରି ଏକ ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ଥିଲା ।
ଏଠାରେ ଏ ସ୍ୱାସ୍ଥ୍ୟ-କେନ୍ଦ୍ର ହେବା ଦ୍ବାରା ରାମନଗର ଓ ବେତାଗୁଡ଼ା ସମେତ ପାଖାପାଖି ଅଞ୍ଚଳ\’ର ପ୍ରାୟ ୧୫ ହଜାର ଅଞ୍ଚଳବାସୀ ସ୍ୱାସ୍ଥ୍ୟ ସେବା ପାଇବା କ୍ଷେତ୍ରରେ ବିଶେଷ ଉପକୃତ ହୋପାରିବେ ।
ଅନ୍ୟପକ୍ଷରେ ପାରଳା ପୌର ପରିଷଦର ଫ୍ରିଞ୍ଚ ଅଞ୍ଚଳରେ ଅଧିକାଂଶରେ ଯେଉଁ ଗରିବ ଶ୍ରେଣୀର ଲୋକେ ରହୁଛନ୍ତି , ସେମାନଙ୍କୁ ପାଖ ଅଞ୍ଚଳରେ ତୁରନ୍ତ ଡାକ୍ତରୀ ସ୍ୱାସ୍ଥ୍ୟ-ସେବା ଯୋଗାଇ ଦେବା ଏହାର ମୂଳ ଲକ୍ଷ୍ୟ ରହିଛି ।
ଏହି ସ୍ୱାସ୍ଥ୍ୟ-କେନ୍ଦ୍ର ଦ୍ବାରା ବହୁ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ଏହାର ଭବିଷ୍ୟତ କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ।
ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିପିଏଚଓ: ଡ଼ାଃ ମୁବାରକ ଅଲ୍ଲୀ , ଯକ୍ଷ୍ମା ରୋଗ ଡ଼ାଃ ରବି ନାରାୟଣ ଦାସ , ଡ଼ାଃ ଇନ୍ଦିରା ମହାପାତ୍ର , ଡିପିଏମ: ସୌମ୍ୟାରାଣୀ ଗୌଡ଼ , ଏପିଏମ: ଶୁଭଲକ୍ଷ୍ମୀ ସାହୁ , ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ପୌର ଯନ୍ତ୍ରୀ ଶ୍ରୀ ସୁନିଲ ଚମ୍ପତ୍ତି , କନିଷ୍ଠ ଯନ୍ତ୍ରୀ ଶ୍ରୀ ଏମ: ଯୁଧିଷ୍ଠିର , ସ୍ୱାସ୍ଥ୍ୟ-କେନ୍ଦ୍ରର ଡାକ୍ତର ଜେ: ପୂର୍ଣ୍ଣିମା , ଷ୍ଟାଫ-ନର୍ସ କୁମକୁମ ବାଳା ଚିଞ୍ଚାଣୀ , ଫାର୍ମାସିଷ୍ଟ ଶ୍ରୀ ରାକେଶ ଗୌଡ଼ , ସ୍ୱାସ୍ଥ୍ୟ ବିଭାଗ ସୁପରଭାଇଜର ଶ୍ରୀ ଜିଆରକେ: ନାଇଡୁଙ୍କ ସମେତ ବିଭିନ୍ନ ୱାଡ଼\’ର୍ କାଉନସିଲର , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ , ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031