Indus Valley Times

ଗଜପତି: ଲିଫ୍ଟ ଭିତର ବେସ-ପ୍ଲେଟ ଖସି ଜଣକ ମୃତ୍ୟୁ ଓ ୩ ଜଣ ଗୁରୁତର

 Breaking News

ଗଜପତି: ଲିଫ୍ଟ ଭିତର ବେସ-ପ୍ଲେଟ ଖସି ଜଣକ ମୃତ୍ୟୁ ଓ ୩ ଜଣ ଗୁରୁତର

September 20
19:37 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖମୁଣ୍ଡି, ୨୦/୯: ପାରଳାଖେମୁଣ୍ଡି ନିକଟସ୍ତ ରାଣୀପେଣ୍ଠ ଗ୍ରାମରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା । ଉକ୍ତ ରାଣୀପେଣ୍ଠ ଗ୍ରାମ ସ୍ଥିତ ରାଜାଷ୍ଟିଲ ଇଣ୍ଡଷ୍ଟ୍ରିର ଲିଫ୍ଟ ବେସ-ପ୍ଲେଟ ଖସିଯିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ।
ରାଜାଷ୍ଟିଲ ଇଣ୍ଡଷ୍ଟ୍ରିରେ ପଶ୍ଚିମବଙ୍ଗ ଅଞ୍ଚଳର ୪ ଜଣ କାର୍ଯ୍ୟରତ ଶ୍ରମିକ ବିଭିନ୍ନ ସାମଗ୍ରୀ ଧରି ଲିଫ୍ଟ ଯୋଗେ ଇଣ୍ଡଷ୍ଟ୍ରିର ୪ ମହଲା ଉପରୁ ଆସୁଥିଲେ । ତେବେ କୋଣସି କାରଣ ବଶତଃ ଲିଫ୍ଟ ଭିତରେ ଠିଆହୋଇ ଆସୁଥିବା ବେଳେ ହଠାତ ଠିଆ ହୋଇଥିବା ବେସ-ପ୍ଲେଟ ୱେଲଡିଂ ଛାଡି ଖସି ଯାଇଥିଲା ।
ଫଳରେ ଲିଫ୍ଟଟି ପୁରା ତଳକୁ ଖସି ଯାଇଥିଲା । ତେବେ ସେଥିରେ ଥିବା ଜଣକର ୨୩ ବର୍ଷୀୟ ଶେଖ ଆସିଫଙ୍କ ମୃତ୍ୟୁ ହେବା ସହ ୩ ଜଣ ବି: ଗଣେଶ(୩୦) , ଏମଡି: ଚାନ୍ଦ(୨୫) ଓ ଏମଡି: ଗୁଲହା(୨୧) ଗୁରୁତର ହୋଇ ପଡ଼ିଥିଲେ । ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟଳୟ ଓ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ କିମସ ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031