Indus Valley Times

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ-୨ ଓ ଯୁକ୍ତ-୩ର ମିଳିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ-୨ ଓ ଯୁକ୍ତ-୩ର ମିଳିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ-୨ ଓ ଯୁକ୍ତ-୩ର ମିଳିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
April 21
10:18 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶତାୟୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଯୁକ୍ତ -୨ ଓ ଯୁକ୍ତ-୩ ର ମିଳିତରେ ମହାବିଦ୍ୟାଳୟ ପରିସରରେ ଥିବା ଶ୍ରୀ ଗୌରଚନ୍ଦ୍ର ଗଜପତି ରଙ୍ଗମଞ୍ଚ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ସହକାରୀ ପ୍ରଫେସର ଡଃ ଅଜୟ କୁମାର ତ୍ରିପାଠୀ ଉତ୍ସବ ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଏହି ଶତାୟୁ ମହାବିଦ୍ୟାଳୟ ଅନେକ ଯୁଗଜନ୍ମାଙ୍କୁ ସୃଷ୍ଟି କରିଛି ବୋଲି କହି ନିକଟ ଅତୀତରେ ଏହି ଗୌରବ ମୟ ମହାବିଦ୍ୟାଳୟରେ କଣ ସବୁ ସମସ୍ୟାର ସମାଧାନ ହୋଇ ଉନ୍ନତି ମୁଳକ କାର୍ଯ୍ୟଜାରୀ ରହିଛି ଏବଂ ମହାବିଦ୍ୟାଳୟର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ସଂକଳ୍ପବଦ୍ଧ ହୋଇ କିଭଳି ଓ କଣ ସବୁ ପ୍ରୟାସ ଚାଲିଛି , ସେ ସମ୍ପର୍କରେ କହିଥିଲେ। ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ରହିଥିବା ସୁବିଧା ସୁଯୋଗ ଉପରେ କହି ବାପା ମାଆ ଯେଉଁଦିନ ତୁମ ଦ୍ୱାରାହିଁ ତାଙ୍କ ପରିଚୟ ପାଇବେ ସେହି ଦିନ ହିଁ ବାପା ମାଆ\’ଙ୍କ ପୂର୍ବ କଷ୍ଟ ସାର୍ଥକ ହେବ
ତେଣୁ ଛାତ୍ରଛାତ୍ରୀ ମାନେ ନିଷ୍ଠା ଓ ଶୃଙ୍ଖଳିତ ଭାବେ ପାଠ ପାଢ଼ୀ ଭଲ ମଣିଷ ହୋଇ ମହାବିଦ୍ୟାଳୟର ଗୌରବ ରକ୍ଷା କରି ସୁନାମ ଆଣିବା ସହ ଜାତି ଓ ସମାଜ ପାଇଁ ଭଲ କାର୍ଯ୍ୟ କରିବା ଦିଗରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ ।
ବ୍ରହ୍ମପୁର ସ୍ଥିତ ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି କଲୋନେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଗଜପତି ମହାବିଦ୍ୟାଳୟର ଗଠନ ଶୈଳୀ ଓଡ଼ିଶାରେ ବିରଳ ବୋଲି କହି ମହାବିଦ୍ୟାଳୟର ରହିଥିବା ଗୌରବ ଓ ଗାରିମା ତଥା ସଚ୍ଚୋଟତା , ଜ୍ଞାନ , ଗୁଣବତ୍ତା ଓ ଉତ୍ତମତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ସଂସ୍କୃତି ବ୍ୟକ୍ତିତ୍ଵ ଶ୍ରୀ ହୃଷୀକେଶ ପାଣିଗ୍ରାହୀ ଏବଂ ପ୍ରଶଂସା ମୟୀ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ଡି: ପ୍ରିୟଙ୍କା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟର ପୂର୍ବ ଗାରିମା ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ମହାବିଦ୍ୟାଳୟର ନ୍ୟୂଜ- ଲେଟର ମ୍ୟାଗାଜିନ ଲୋକାର୍ପିତ ହୋଇଥିଲା ।
ଏଥି ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
କଲେଜ୍ ୟୁନିଅନର ଉପଦେଷ୍ଟା ତଥା ପ୍ରାଧ୍ୟାପକ ଡଃ ଜିତେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ଡଃ ସ୍ନେହପ୍ରଭା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ସବର ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ , ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଶେଷରେ ନାଟ୍ୟ ସଂସଦର ଉପ-ସଭାପତି ଶ୍ରୀ ରାଧାକାନ୍ତ ଭୂୟାଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉତ୍ସବ ସଭା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ବିଭିନ୍ନ ପ୍ରକାରର ନୃତ୍ୟ-ସଙ୍ଗୀତ ପରିବେଷଣ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ ଡଃ ସୁକାନ୍ତ ବେହେରା , ଅଧ୍ୟାପିକା ରାଜଲକ୍ଷ୍ମୀ ପଣ୍ଡା , ଅଧ୍ୟାପକ ଡଃ ବିଘ୍ନେଶ୍ୱର ମିଶ୍ର , ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ , ଆଧ୍ୟାପକ୍ ଶ୍ରୀ ସୁମ୍ ଆନ୍ତ କୁମାର ବେହେରା , ଆଧ୍ୟାପିକା ଅଳକା ପଣ୍ଡା , ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ସେଠୀ , ଅଧ୍ୟାପକ ଶ୍ରୀ ଧ୍ରୁବ ଚରଣ ସେ ତହି , ଅତିଥି ଅଧ୍ୟାପକ ଶ୍ରୀ ସୌଦାଗର ସିଅଙ୍କ ସମେତ ଛାତ୍ରୀ ପ୍ରିୟା ପ୍ରଧାନ ଓ ପ୍ରମାଣିକା ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30