Indus Valley Times

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ “ରେଡ-ରିବନ କ୍ଲବ ଏକ୍ଟିଭିଟିଜ୍-୨୦୨୩”

 Breaking News

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ “ରେଡ-ରିବନ କ୍ଲବ ଏକ୍ଟିଭିଟିଜ୍-୨୦୨୩”

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ “ରେଡ-ରିବନ କ୍ଲବ ଏକ୍ଟିଭିଟିଜ୍-୨୦୨୩”
April 26
19:46 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୪ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ “ରେଡ-ରିବନ୍ କ୍ଲବ ଏକ୍ଟିଭିଟିଜ- ୨୦୨୩” ତଥା ରେଡ ରିବନ୍ କ୍ଳବର୍ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସଭାପତି କରି ଏଡ଼ସ ରୋଗର ପ୍ରଭାବ ଏବଂ ଆସନ୍ତା କାଲିର ଯୁବ ସମାଜ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ଏଡ଼ସ ରୋଗର ଭୟାବହତା , ଲକ୍ଷଣ ଓ ତାର ନିରାକରଣ ତଥା ସାବଧାନତାର ବିଭିନ୍ନ ଦିଗ ଉପରେ ଉପାଦେୟ ତଥ୍ୟମାନ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ “ଅରୁଣା” ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସୁନିଲ କୁମାର ପ୍ରଧାନ ଯୋଗ ଦେଇ ଏଡ଼ସ ର ନିରାକରଣ ଦିଗରେ ଯୁବ ସମାଜର କାର୍ଯ୍ୟ-ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ ।
ଯୁବ ରେଡକ୍ରସ୍ ର ପରାମର୍ଶଦାତା ଡଃ ସୁକାନ୍ତ କୁମାର ବେହେରା ଯୋଗଦେଇ ମହାବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାମାଜିକ କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ଅଳକା ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶ୍ରୀ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ରାମହରି କାର୍ଜୀ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ରେଡ-ରିବନ୍ କ୍ଲବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏଡ଼ସ ରୋଗର ଭୟାବହତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଯୁବ ରେଡକ୍ରସ ତଥା ରେଡ ରୀବନ୍ କ୍ଲବ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ , କୁଇଜ୍ , ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସଭା କାର୍ଯ୍ୟକ୍ରମ
ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031