Indus Valley Times

ଗଜପତି: ସଖି- ଓ୍ବାନ-ଷ୍ଟପ କେନ୍ଦ୍ର ଆନୁକୂଲ୍ୟରେ “ମହିଳା ଓ କନ୍ୟା ହିଂସା ବିରୋଧୀ ସଚେତନତା କର୍ମଶାଳା

 Breaking News

ଗଜପତି: ସଖି- ଓ୍ବାନ-ଷ୍ଟପ କେନ୍ଦ୍ର ଆନୁକୂଲ୍ୟରେ “ମହିଳା ଓ କନ୍ୟା ହିଂସା ବିରୋଧୀ ସଚେତନତା କର୍ମଶାଳା

December 10
10:15 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୧୨: ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ସଖୀ ୱାନ-ଷ୍ଟପ କେନ୍ଦ୍ର ଆନୁକୁଲ୍ୟରେ ମହିଳା ଓ କନ୍ୟା ହିଂସା ବିରୋଧୀ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କର୍ମଶାଳା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ମହିଳା ସଂଗଠନ “ଆକାଂକ୍ଷା”ର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଓ୍ବାନ-ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , କାଉନସିଲର ଶ୍ରୀମତୀ ମୀନା ଟହଲ , କେସ୍ ଓ୍ବାର୍କର ସୁଶ୍ରୀ ମୋହିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଷୋହଳ ଦିନ ବ୍ୟାପୀ ଏହି ଆନ୍ତର୍ଜାତିକ ମହିଳା ଓ କନ୍ୟା ବିରୋଧି ହିଂସା ସମ୍ବନ୍ଧୀୟ ସଚେତନତା ଅଭିଯାନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବକ୍ତା ମାନେ ସମାଜରେ ବୃଦ୍ଧି ପାଉଥିବା ଘରୋଇ ହିଂସା , ଯୌନ ଉତ୍ପୀଡନ , ବାଲ୍ୟ ବିବାହ , ବାଳିକା ଚାଲାଣ , ସାଇବର ଅପରାଧ , ଏସିଡ୍ ଆକ୍ରମଣ , ଅପହରଣ ଆଦି ଅପରାଧିକ ଓ ଅସାମାଜିକ କାର୍ଯ୍ୟକଳାପ ଗୁଡ଼ିକ ବିରୋଧରେ ମହିଳା ଓ ବାଳିକା ମାନଙ୍କୁ ସଚେତନ ରହିବା ପାଇଁ ଉପଦେଶ ଦେବା ସହ ନିର୍ଭୟ ଓ ନିଃ-ସଂକୋଚ\’ରେ ସଂପୃକ୍ତ ଆଇନର ସହଯୋଗ ନେଇ ସୁରକ୍ଷିତ ଜୀବନ ବ୍ୟତୀତ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଶେଷରେ ଛାତ୍ରୀ ମହାଲକ୍ଷ୍ମୀ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031