Indus Valley Times

ଗଜପତି: “ସଖୀ” ୱାନ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

 Breaking News

ଗଜପତି: “ସଖୀ” ୱାନ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ଗଜପତି: “ସଖୀ” ୱାନ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ
August 02
11:56 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଇ:ଏସ:ଆର:ଡି: ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟରତ “ସଖୀ\ ୱାନ ଷ୍ଟପ କେନ୍ଦ୍ରର ୪ର୍ଥ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସମ୍ପର୍କିତ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ବୈଠକରେ ଆଇଏସଆରଡି: ର ନିର୍ଦ୍ଦେଶକ ଶ୍ରୀ ସୁଧିର ସାବତଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାଙ୍କ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ୱାନ ଷ୍ଟପ କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହ ପୀଡ଼ିତା ମହିଳା ଓ ବାଳିକା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ଦେବାରେ ବିଶେଷ ସହାୟକ ହେଉଥିବା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅନ୍ୟତମ ଅତିଥି ଭାବେ ଯୋଗଦେଇ “ସଖୀ” ୱାନ ଷ୍ଟପ କେନ୍ଦ୍ରର ଆବଶ୍ୟକତା ଏବଂ ବିଭିନ୍ନ ବ୍ଲକାଞ୍ଚଳରେ ଏହାର କାର୍ଯ୍ୟକ୍ରମ ଉପରେ ଆହୁରି ଅଧିକ ଜନସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରି ଅବଗତ କରାଇବା ଆବଶ୍ୟକ ବୋଲି କହିଥିଲେ ।
ସଖୀ ୱାନ ଷ୍ଟପ କେନ୍ଦ୍ରର ଜିଲ୍ଲା ସୁରକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତି ମାସରେ ଥରେ ଏ ସମ୍ପର୍କିତ ରିପୋର୍ଟ କରିବା ସହ ଯେଉଁ କେଶ ଗୁଡ଼ାକ କାଉନସେଲିଂ ମାଧ୍ୟମରେ ବୁଝାମଣାର ସମାଧାନ ହୋଇ ପାରୁନି , ସେହି ଘରୋଇ ହିଂସା କେଶକୁ ଡିଆଇଆର: କରିବା ପାଇଁ ବୁଝାଇଥିଲେ ।
ୱାନ ଷ୍ଟପ୍ କେନ୍ଦ୍’ର ଇନଚାର୍ଜ୍ କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ , ଗତ ୪ବର୍ଷ ମଧ୍ୟରେ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର‌୍ୟ୍ୟକ୍ରମ ସମ୍ପର୍କରେ କହିବା ସହ କରା ଯାଇଥିବା କେଶ ସଂଖ୍ୟା ଓ କେନ୍ଦ୍ରର ସହାୟତା ସୁବିଧା ଉପରେ ବିସ୍ତୃତ ବିବରଣୀ ଉପରେ ଉପସ୍ଥିତ ଅତିଥି ମାନଙ୍କୁ ଅବଗତ କରାଇଥିଲେ ।
“ସଖୀ” ୱାନ ଷ୍ଟପ କେନ୍ଦ୍ରର ୪ର୍ଥ ବର୍ଷ ପାଳନ ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ଦ୍ଵାରା ଛେନା ପୋଡ଼ କଟିଙ୍ଗ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା , କେନ୍ଦ୍ରର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ , ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଏକ୍ସନ୍ ଏଡ୍ ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ବହୁ ବରିଷ୍ଠ ପୋଲିସ ଅଧିକାରୀ , ସିଡିପିଓ ଗଣ , ଅଙ୍ଗନବାଡ଼ି କର୍ମୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପରିଶେଷରେ ୱାନ-ଷ୍ଟପ କେନ୍ଦ୍ରର ପୂର୍ବତନ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସଖୀ” ୱାନ ଷ୍ଟପ କେନ୍ଦ୍ରର ମଞ୍ଜୁଳା ଚୋଧୁରୀ , ଅନିତା ମିଶ୍ର , ମଧୁସ୍ମିତା ପାଢ଼ୀ , ମୋହିନୀ ପ୍ରଧାନ , ସୁନିତା ବେହେରା , ପି: ଯୋଗେଶ୍ୱର , ନିରୁପମା ଜେନା , ଦିବ୍ୟ କୁମାର ସ୍ୱାର , ହରିକୃଷ୍ଣ ଚୌଧୁରୀ ଏବଂ ମୋନାଲିସା ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031