Indus Valley Times

ଗଜପତି : ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ବିଦାୟ ସମ୍ବର୍ଦ୍ଧନା

 Breaking News

ଗଜପତି : ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ବିଦାୟ ସମ୍ବର୍ଦ୍ଧନା

January 05
12:44 2022

Gajapati ITDA project director given warm farewell

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧ : ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।
ଶ୍ରୀ ବେହେରା ଗତ ୨୦୧୮ ଅକ୍ଟୋବର ମସିହାରୁ ୩-୧-୨୦୨୨ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଥିଲେ। ।
ଶ୍ରୀ ବେହେରା ବୁଧବାର ତା.୫-୧-୨୦୨୨ ରିଖରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ମାନବାଧିକାର କମିଶନ୍ କାର୍ଯ୍ୟଳୟରେ ସଚିବ ଭାବରେ ଯୋଗ ଦେବାର ସୂଚନା ଅଛି ।
ଶ୍ରୀ ବେହେରା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଗଜପତି ଜିଲ୍ଲାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀ ଯଥା:- ଜିଲ୍ଲା ଜରୁରୀକାଳିନ ଅଧିକାରୀ , ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ , ପାରଳାଖେମୁଣ୍ଡିର ଅତିରିକ୍ତ ଉପ-ଜିଲ୍ଲାପାଳ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।
ଅତୀତ ଦିନ ମାନଙ୍କରେ ଜିଲ୍ଲାରେ ହୋଇଥିବା ତିତିଲି ଭଳି ପ୍ରାକୃତିକ ବିପର‌୍ୟ୍ୟୟ ଏବଂ ଅନ୍ୟ କେତେ ଗୁଡିଏ ବିପର୍ଯ୍ୟ ୟକୁ ମୁକାବିଲା କରିବା ସହ କରୋନା ଭଳି ମହାମାରୀକୁ ଗତ ପ୍ରାୟ ଦୁଇବର୍ଷ ହେଲା ସାମ୍ନା କରି ଜିଲ୍ଲାବାସୀଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ବିଭିନ୍ନ କାର୍ଯ୍ୟରେ ସୁସମ୍ପଦନା କରି ପାରିଥିଲେ।
ଶ୍ରୀଯୁକ୍ତ ବେହେରା କରୋନାର ପ୍ରଥମ ପର୍ଯ୍ୟାୟରେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଦ୍ଵିତୀୟ ଫେଜରେ କୋଭିଡ଼ ହସ୍ପିଟାଲ୍ ର ଦାୟିତ୍ବରେ ରହି ବହୁ ଲୋକଙ୍କ ଜୀବନ ବଞ୍ଚାଇବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ନିର୍ଦ୍ଦିଷ୍ଟ ଭାବରେ ତିତିଲି ସମୟରେ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବା , ମୃତକଙ୍କ ପରିବାରକୁ ଏବଂ ଗୃହ ଭାଙ୍ଗିଥିବା ପରିବାରକୁ କ୍ଷତିପୂରଣ ଯୋଗାଇବା କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ଶ୍ରୀ ବେହେରା ଜଣେ ମିଷ୍ଟଭାଷୀ , ଭଲ ପ୍ରଶାସକ , ପରିଶ୍ରମୀ ଏବଂ ଜିଲ୍ଲାପାଳଙ୍କ ସହଯୋଗୀ ଭାବେ ଜିଲ୍ଲାରେ ଏବଂ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବେଶ ଜଣାଶୁଣା ଥିଲେ ।
ଗଜପତି ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ପାର୍କ , ଗୁମ୍ମା ବ୍ଲକର ସେରଙ୍ଗରେ ଟ୍ରାଇବଲ୍ ମ୍ୟୁଜିଅମ୍ ପ୍ରତିଷ୍ଠା କରିବା ସହ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ।
ଶ୍ରୀଯୁକ୍ତ ବେହେରା ମନରେଗା ଯୋଜନାରେ ଅତ୍ୟଧିକ କାର୍ଯ୍ୟଦିବସ ସୃଷ୍ଟି କରି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ । ତାଙ୍କ ସମୟରେ ମନରେଗା ମାଧ୍ୟମରେ ରବର ଚାଷ , ରବର ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା , ଜିବୀକା ମିଶନରେ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବା ଏବଂ ଆଶ୍ରମ ସ୍କୁଲ ଗୁଡିକୁ ଆଇ.ଏସ୍.ଓ. ପ୍ରମାଣପତ୍ର ପାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।
ଏହି ବିଦାୟ-କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପ-ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ମହାରଣା. , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର , ତହସିଲଦାର
କାଶୀନଗର ଶ୍ରୀ ସୀମାଞ୍ଚଳ ମହାନ୍ତି , ତହସିଲଦାର ପାରଳାଖେମୁଣ୍ଡି ଶ୍ରୀ ଅଚ୍ୟୁତାନନ୍ଦ ଜାନି, କାର୍ଯ୍ୟନିର୍ବାହି ଅଧିକାରୀ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଶ୍ରୀ ଜ୍ଞାନରଞ୍ଜନ ମାଝୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀନଗର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ , ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରାଙ୍କ ସମେତ ଜିଲ୍ଲାର ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗଦେଇ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031