Indus Valley Times

ଗଜପତି: ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ”ର ମୁକାବିଲା କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

 Breaking News

ଗଜପତି: ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ”ର ମୁକାବିଲା କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

September 26
19:59 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୯ : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବାରେ ଲାଗିଛି । ଆସୁଥିବା ଏହି ସାମୁଦ୍ରିକ ଝଡ଼ବାତ୍ୟାର ଗୁଲାବ” ନାମକରଣ କରାଯାଇଛି ।
ରବିବାର ଅପରାହ୍ନରେ ଏହା କଳିଙ୍ଗପାଟଣା ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୭୦ରୁ ୮୦ କିମି: ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସାବଧାନତା ମୂଳକ ପଦକ୍ଷେପ ସବୁ ଗ୍ରହଣ କରାଯାଇଛି ।
ଏହାର ପ୍ରଭାବରେ ରବିବାର ସକାଳ ଠାରୁ ସମଗ୍ର ଗଜପତି ଜିଲ୍ଲାଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହି ବର୍ଷା ଲାଗିରହିଛି ।
ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ”ର ସମ୍ପୂର୍ଣ୍ଣ ମୁକାବିଲା କରାଯିବା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡ଼ିଓ , ତହସିଲଦାର , ବିଭିନ୍ନ ବିଭାଗୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସହ ପ୍ରସ୍ତୁତି ମୁକାବିଲା ବୈଠକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଗୁଲାବ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ ରହିବା ଏବଂ ବାତ୍ୟା ସମୟରେ ବାହାରକୁ ନ ବାହାରିବା ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଉଛି ।
ମିଳିଥିବା ସୂଚନା ପ୍ରକାରେ ବର୍ତ୍ତମାନ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ ୫୪ ଗୋଟି ଆଶ୍ରୟ ସ୍ଥଳରେ ୫୫ ଟି ଗ୍ରାମର ମୋଟ ୭୯୪୮ ଜଣଙ୍କୁ ଅଣାଯାଇ ବିଭିନ୍ନ ସମୟରେ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ପାଇଁ ବିଭିନ୍ନ ସ୍ଥାନରେ ୧୬ଟି ଗାଡିର ବ୍ୟବସ୍ଥା କରା ଯାଇଥିବା ସହ ବିଭିନ୍ନ ବ୍ଲକଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା , ବିପର୍ଯ୍ୟୟ ଓ ଉଦ୍ଧାର କାର୍ଯ୍ୟକ୍ରମ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୭ ଜଣ ଜିଲ୍ଲାସ୍ତରର ଅଧିକାରୀ ମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।
ସମ୍ଭାବ୍ୟ ବାତ୍ୟାରେ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଅଘଟଣ ସମୟରେ ଉଦ୍ଧାର କାର୍ଯ୍ୟର‌୍ୟ୍ୟକ୍ରମ ପାଇଁ ୬ ଗୋଟି ଓଡ୍ରାଫ ଦଳ ଓ ୨ ଟି ଏନଡିଆରଏଫଟିମ ସମେତ ଅଗ୍ନିଶମ ବିଭାଗ ମାନେ ବିଭିନ୍ନ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଅଘଟଣା ସ୍ଥାନ ମାନଙ୍କରେ ନିୟୋଜିତ ଅଛନ୍ତି ।
ଅନ୍ୟପକ୍ଷରେ ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ୭୨ ଟି ଜେସିବି ଓ ହିତାଚି ମେସିନ ସହ ବହୁ ମେସିନ ଅପରେଟର , ଟ୍ରାକ୍ଟର ଓ ଶ୍ରମିକ ମହଜୁଦ ରଖାଯାଇଛି ।
ବିଭିନ୍ନ ବ୍ଲକଅଞ୍ଚଳରେ ଗର୍ଭବତୀ ମାନଙ୍କୁ ମାଗୃହକୁ ଅଣାଯିବା ସହ ବହୁ ଭିନ୍ନକ୍ଷମ ଓ ବୁଢ଼ାବୁଢ଼ୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।
ପାର୍ବତ୍ୟା ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ପରିବାର ମାନଙ୍କୁ ଲେଣ୍ଡ-ସ୍ଲାଇଡ଼କୁ ଦୃଷ୍ଟିରେ ରଖି ସେମାନଙ୍କୁ ସମତାଳିଆ ଓ ସୁରକ୍ଷିତ ଅଞ୍ଚଳର ଆଶ୍ରୟ ସ୍ଥଳକୁ ଅଣାଯାଉଛି ।
ଅଧିକାରୀ କି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବା ଏବଂ ଏ ସମସ୍ତଙ୍କ ଛୁଟି ବାତିଲର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବଂଶଧାରା ନଦୀର ବନ୍ୟାଜକୁ ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ନଦୀର ତଳ-ମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ଗୋଟ୍ଟା ବ୍ୟାରେଜର କାର୍ଯ୍ୟାଳୟକୁ ପରିସ୍ଥିତି ଦେଖି ବ୍ୟାରେଜ ଫାଟକ ଖୋଲିବା ପାଇଁ କୁହାଯାଇଛି ।
ତିତିଲି ମହାବାତ୍ୟା ସମୟରେ ପବନ ଅପେକ୍ଷା ପ୍ରବଳ-ବର୍ଷା ହେବା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ହୋଇ ଏଥିରେ ବହୁ ଲୋକ ପ୍ରାଣ ହରାଇ ଥିଲେ । ସେ ସବୁକୁ ଦୃଷ୍ଟିରେ ରଖି ତାର କଡା ମୁକାବିଲା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ପ୍ରସ୍ତୁତି ଓ ସଜାଗ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସାମ୍ୱାଦିକ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031