Indus Valley Times

ଗଜପତି : ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
October 15
21:39 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧକ୍ଷତାରେ ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୁକାୟିତ ଉଦୀୟମାନ କ୍ରୀଡ଼ା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବାର ଲକ୍ଷ ରଖାଯାଇଛି।
ବିଭିନ୍ନ ଖେଳ ମାଧ୍ୟମରେ ସୁସ୍ଥ ରହିବାକୁ ଏକ ଶ୍ରେଷ୍ଠ ପନ୍ଥା କ୍ରୀଡ଼ା ନିରୋଗୀ ଅଟେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଖେଳକୁ ଗୁରୁତ୍ଵ ଦେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋଉତ୍ସବ ଆୟୋଜନ ବ୍ୟବସ୍ଥା କରିଛନ୍ତି ବୋଲି ବ୍ରହ୍ମପୁର ସାଂସଦ ସୂଚନା ଦେଇଛନ୍ତି।
ଜିଲ୍ଲାରେ ଅକ୍ଟୋବର ୨୫ ରିଖ ଠାରୁ ୧୦ ନଭେମ୍ବର ମଧ୍ୟରେ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେବ।
ସେହିପରି ବ୍ଲକ ସ୍ତରୀୟରେ ନଭେମ୍ବର ୧୫ ରିଖ ଠାରୁ ୩୦ ରିଖମଧ୍ୟରେ ଅନୁଷ୍ଠିତ ହେଵ।
ଏହି ଖେଳ ମହୋତ୍ସବରେ ସ୍ଥାନୀୟ ଖେଳକୁ ପ୍ରାଧାନ୍ୟ ଦେବା ସହିତ କ୍ରିକେଟ୍ , ଫୁଟବଲ୍ , ଭଲି ବଲ୍ , ବ୍ୟାଡମିଣ୍ଟନ , ଖୋ-ଖୋ ଓ କବାଡି ଇତ୍ୟାଦି ଖେଳ ଅନୁଷ୍ଠିତ ହେବ।
ବ୍ରହ୍ମପୁର ସାଂସଦ କ୍ଷେତ୍ରରେ ଡିସେମ୍ବର ୨୫ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମୁନିଦ୍ର ହନାଗା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଲାବନ୍ୟନ୍ଧୁ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କ୍ରୀଡ଼ା ବିଭାଗର କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031