Indus Valley Times

ଗଜପତି: ସିସିଡି: ଅନୁଷ୍ଠାନ ପକ୍ଷରୁ ମହିଳା ଓ କିଶୋରୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସିସିଡି: ଅନୁଷ୍ଠାନ ପକ୍ଷରୁ ମହିଳା ଓ କିଶୋରୀ ମାନଙ୍କ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

December 29
09:08 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨ ୯/୧୨: ଦକ୍ଷତା ଓ ସଶକ୍ତିକରଣ କ୍ଷେତ୍ରରେ ମହିଳା ଓ କିଶୋରୀ ମାନଙ୍କ ଅଭିବୃଦ୍ଧି କରାଯିବା ନିମନ୍ତେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ପକ୍ଷରୁ ୨୬ ଓ ୨୭ ତାରିଖ ଦୁଇଦିନ ଧରି ଦେଶାଇ ଫୌଣ୍ଡେସନ ସହାୟତାରେ ଏକ ପ୍ରଶିକ୍ଷଣ ଶିବିର ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ମାର୍ଲବା ଓ ମଣ୍ଡଳସାହି ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ: ଶ୍ରୀ ଭିବୁ ରଞ୍ଜନ ସ୍ୱାଇଁ , ଜିଲ୍ଲା ଡ଼ିଆଇପିଏ: ର ଆଇପିଇ: କୁମାର ଜ୍ୟୋତି ରଞ୍ଜନ ତ୍ରିପାଠୀ ଏବଂ ଜନଶିକ୍ଷା ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀ ଜୀବନ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା:- ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଜନକାରୀ କାର୍ଯ୍ୟକ୍ରମ ପି.ଏମ.ଇ.ଜି.ପି: ବିଷୟରେ ସଚେତନତା କରିବା ସହ ନିଜ ଗ୍ରାମରେ ଅମଳ ହେଉଥିବା ଶସ୍ୟରେ କିପରି ଖାଦ୍ୟ ପ୍ରକିୟା କରଣ ଉଦ୍ୟୋଗ ଗୁଡିକ ସ୍ଥାପନ କରିହେବ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିପରି ବେକାର ଯୁବତୀ , ସ୍ଵଂୟ ସହାୟକ ଗୋଷ୍ଠୀ , ଫାରମର ପ୍ରଡୁସର ଗ୍ରୁପ ଓ ସମବାୟ ସମିତି ବ୍ୟାଙ୍କ ଜରିଆରେ ଋଣ ନେଇ ପାରିବେ , ଋଣ କିପରି ଆବେଦନ କରିବେ ଓ ସବସିଡି ସୁବିଧା ପ୍ରଭୃତି ବିଷୟରେ ବୁଝାଇ ସଚେତନ କରାଇ ଥିଲେ । ଶିବିରର ସଚେତନତା କାର୍ଯ୍ୟକ୍ରମରେ ସିସିଡ଼ି: ଅନୁଷ୍ଠାନର ଶ୍ରୀ ବିଜୟ କୁମାର ପ୍ରଧାନ ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡେସନର କର୍ମକର୍ତ୍ତା ଶ୍ରୀ ଅନୁକ କାର୍ଜି ଓ ଶ୍ରୀ ଜଗନ୍ନାଥ ଗମାଙ୍ଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୯୦ ଜଣ ମହିଳା ଓ କିଶୋରୀ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031