Indus Valley Times

ଗଜପତି: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍: ୟୁନିଟ୍ ପକ୍ଷରୁ ‘ନଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍: ୟୁନିଟ୍ ପକ୍ଷରୁ ‘ନଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

January 21
19:29 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୧: ନିଶାମୁକ୍ତ ଓ ସୁସ୍ଥ-ସମୃଦ୍ଧ ସମାଜ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡିର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ ଦ୍ୱାରା ୨୧ ଜାନୁଆରୀ ୨୦୨୬ ତାରିଖରେ ଖରସଣ୍ଡା ଏବଂ ପାରଳାଖେମୁଣ୍ଡି ଅନ୍ତର୍ଗତ ବାର୍ଲଣ୍ଡା ଗ୍ରାମରେ “ନଶା ମୁକ୍ତ ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ସଫଳତାର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ , ମଦ୍ୟପାନ , ତମାଖୁ , ମାଦକ ଦ୍ରବ୍ୟ ଓ ଇନହେଲାଣ୍ଟସ୍ ଭଳି ନଶା-ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହିତ ବିଶେଷକରି ଯୁବପିଢ଼ିଙ୍କୁ ଏକ ସ୍ୱାସ୍ଥ୍ୟକର ଓ ନିଶାମୁକ୍ତ ଜୀବନଶୈଳୀ ଅନୁସରଣ ପାଇଁ ପ୍ରେରିତ କରିବା।
ଏହି କାର୍ଯ୍ୟକ୍ରମଟି ଡା: ରାଜଶ୍ରୀ ଜେନା , ଏନ୍ଏସ୍ଏସ୍ କାର‌୍ୟ୍ୟକ୍ରମ ଅଧିକାରୀ , ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡି ଙ୍କ ସମନ୍ୱୟରେ ଆୟୋଜିତ ହୋଇଥିଲା , ଯେଉଁଥିରେ କି ଏନ୍ଏସ୍ଏସ୍: ଛାତ୍ର ସ୍ୱେଚ୍ଛାସେବକ ଓ ଗ୍ରାମବାସୀ ମାନଙ୍କ ସକ୍ରିୟ ଭାଗୀଦାରି ଦେଖିବାକୁ ମିଳିଥିଲା।
ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ଯେଉଁଠାରେ ଡା: ଦୀପକ କୁମାର ପ୍ରଧାନ , ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ- ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାରଳାଖେମୁଣ୍ଡି ଏବଂ ସୁପ୍ରିୟା ବେହେରା – ଡ୍ରଗ୍ସ ଇନ୍ସପେକ୍ଟର , ପାରଳାଖେମୁଣ୍ଡି, ଗଜପତି ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଶ୍ରୀମତୀ ମମତା ପାଢ଼ୀ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ , ଗୁରାଣ୍ଡି , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ କହି କାର୍ଯ୍ୟକ୍ରମରେ ସେମାନଙ୍କୁ ସହଯୋଗ କରିଥିଲେ।
ବକ୍ତାମାନେ ମଦ୍ୟ , ତମାଖୁ ଓ ମାଦକ ଦ୍ରବ୍ୟର ଆସକ୍ତି ଦ୍ୱାରା ସୃଷ୍ଟି ହେଉଥିବା ଶାରୀରିକ , ମାନସିକ , ସାମାଜିକ ଓ ଆର୍ଥିକ କୁପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପ୍ରାରମ୍ଭିକ ପ୍ରତିରୋଧ , ସମୁଦାୟ ସହଯୋଗ ଓ ସଚେତନ ସିଦ୍ଧାନ୍ତ ଗ୍ରହଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବକ ମାନଙ୍କ ଦ୍ୱାରା ପରିବେଷିତ ଏକ ସଡ଼କ ତଥା ପଥପ୍ରାନ୍ତ ନାଟକ , ଯେଉଁଥିରେ ନିଶା କିପରି ଧୀରେ ଧୀରେ ବ୍ୟକ୍ତି , ପରିବାର ଓ ସମାଜକୁ ଧ୍ଵଂସ କରି ଦେଇଥାଏ , ତାହାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବେ ପରିବେଷଣ କରା ଯାଇଥିଲା।
କାର‌୍ୟ୍ୟକ୍ରମର ସମାପ୍ତିରେ ନିଶା ମୁକ୍ତ ଅଭିଯାନ ସଚେତନତା ପ୍ରଚାର ଯାତ୍ରା ଆୟୋଜିତ ହୋଇଥିଲା , ଯେଉଁଥିରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବକ ମାନେ ଗ୍ରାମ ମଧ୍ୟଦେଇ ପ୍ରଚାର ଯାତ୍ରା କରି ନିଶାସକ୍ତ ବିରୋଧରେ ସ୍ଲୋଗାନ୍ ଦେଇ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ।
ଏହି ପଦକ୍ଷେପ ମାଧ୍ୟମରେ ଏନ୍ଏସ୍ଏସ୍ ୟୁନିଟ୍ , ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡି ନିଜ ସାମାଜିକ ଦାୟିତ୍ୱ ଓ ସମୁଦାୟ ଗଠନ ପ୍ରତି ନିଷ୍ଠାକୁ ପୁନଃରୁଚ୍ଚାରଣ କରି , ସମସ୍ତଙ୍କୁ ଏକ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସାମୁହିକ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031