Indus Valley Times

ଗଜପତି: ସ୍ଥିତି ଅନୁଧ୍ୟାନ ବେଳେ ଡିଆରଏମଙ୍କ ସୂଚନା-ଆସନ୍ତା ଦୁଇ ମାସ ମଧ୍ୟରେ ପ୍ଳାଟଫର୍ମ ଉଚ୍ଚତା ବୃଦ୍ଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

 Breaking News

ଗଜପତି: ସ୍ଥିତି ଅନୁଧ୍ୟାନ ବେଳେ ଡିଆରଏମଙ୍କ ସୂଚନା-ଆସନ୍ତା ଦୁଇ ମାସ ମଧ୍ୟରେ ପ୍ଳାଟଫର୍ମ ଉଚ୍ଚତା ବୃଦ୍ଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

June 30
19:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୬:ପୂର୍ବତଟ ରେଳପଥ ବିଶାଖାପାଟଣା ମଣ୍ଡଳ ପ୍ରବନ୍ଧକ ତଥା ଡିଆରଏମ ଶ୍ରୀ ଅନୁପ କୁମାର ଶତପଥୀ ସମସ୍ୟା ବହୁଳ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶତପଥୀ ପାରଳାଖେମୁଣ୍ଡି ରେଳ ଷ୍ଟେସନ ବୁଲିଦେଖି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ସହ ଷ୍ଟେସନର ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ଉପରେ ପଚାରିବୁଝୀ ଆଲୋଚନା କରିଥିଲେ ।
ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ ସମ୍ପର୍କରେ ଅଧିକ ସୂଚନା ଦେଇ ଡିଆରଏମ ଶ୍ରୀ ଶତପଥୀ କହିଥିଲେ ଯେ , ଦେଶରେ କୋଭିଡ ସଂକ୍ରମଣରେ ସମ୍ପୂର୍ଣ୍ଣ ହ୍ରାସ ଘଟିବା ପରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ କାର‌୍ୟ୍ୟ କରିବା ପାଇଁ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ଷ୍ଟେସନର ମୁଖ୍ୟ ସମସ୍ୟା ମଧ୍ୟରେ ରହିଥିବା ପ୍ଳାଟଫର୍ମର ଉଚ୍ଚତା ବୃଦ୍ଧି ପାଇଁ ରେଳ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଜାରୀ ରହିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଉଚ୍ଚତା ବୃଦ୍ଧି ନିର୍ମାଣ କାର‌୍ୟ୍ୟ ଆରମ୍ଭ ହୋଇଯିବ ।
ଷ୍ଟେସନର ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ଟି ନିଶ୍ଚିତଭାବେ ହେବ , ତେବେ ଏତଦବ୍ୟତୀତ ସ୍ଥାନୀୟ ଅଞ୍ଚଳବାସି ଷ୍ଟେସନ ପ୍ଲଟଫର୍ମରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ କରାଯିବା ଦିଗରେ ଲିଖିତ ଅଭିଯୋଗ କରି ଦାବିପତ୍ର ଦେଇ ଆମ ଦୃଷ୍ଟିକୁ ଆଣିଛନ୍ତି ।
ସେହି ସମସ୍ୟା ଗୁଡିକ ମଧ୍ୟରୁ ଅନେକ ସମସ୍ୟାର ସମାଧାନ କରିବା ପାଇଁ ଆମେ ପ୍ରସ୍ତାବ ରଖିଛୁ ବୋଲି ରେଳ ମଣ୍ଡଳ ପ୍ରବନ୍ଧକ ତଥା ଡିଆରଏମ ଶ୍ରୀ ଅନୁପ କୁମାର ଶତପଥି କହିଥିଲେ ।
ଡିଆରଏମ ଶ୍ରୀ ଶତପଥୀଙ୍କ ଏହି ଗ୍ରସ୍ତ ବେଳେ ତାଙ୍କ ସହିତ ବରିଷ୍ଠ ବାଣିଜ୍ୟିକ ରେଳ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ତ୍ରିପାଠୀ , ବରିଷ୍ଠ ଅପେରେଟିଙ୍ଗ ମ୍ୟାନେଜର ଶ୍ରୀ ଜି ସୁନୀଲ କୁମାର ପ୍ରମୁଖଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ବୈଷୟିକ ଅଧିକାରୀ ମାନେ ଆସିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ , ପାରଳାଖେମୁଣ୍ଡି ରେଳ ଷ୍ଟେସନ ପ୍ଲାଟଫର୍ମରେ ଦୀର୍ଘବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟା ଲାଗି ରହିଛି , ଯାହା ଫଳରେ ଯାତ୍ରୀମାନେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ।
ଏସବୁ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ , ବିଭାଗିୟ ଅଧିକାରୀ ମାନଙ୍କୁ ଦାବୀ ପତ୍ର ପ୍ରଦାନ ସହ ଆନ୍ଦୋଳନ ମଧ୍ୟ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031