Indus Valley Times

ଗଜପତି: ସ୍ବୟଂ ସହାୟକ ଦଳ ପାଇଁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସ୍ବୟଂ ସହାୟକ ଦଳ ପାଇଁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

October 19
11:05 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୧୦: ଆଜି ପୂର୍ବାହ୍ନ ସମୟରେ ପାର୍ଡଡା ଗ୍ରାମ ପଞ୍ଚାୟତ ଠାରେ ସ୍ବୟଂ ସହାୟକ ଦଳର ସଭ୍ୟମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ କେକେଏସ: ର ଆର୍ଥିକ ସହାୟତାରେ , ସିସିଡ଼ି ଅନୁଷ୍ଠାନ ପକ୍ଷରୁ ଆୟୋଜନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପାର୍ତ୍ତଡା ଗ୍ରାମ ପଞ୍ଚାୟତର ଥିବା ୫୭ ଗୋଟି ସ୍ବୟଂ ସହାୟକ ଦଳ ମଧ୍ୟରୁ ୧୭୯ ଜଣ ସଭ୍ୟା ଯଥା:- ସଭାନେତ୍ରୀ , ସମ୍ପାଦିକା ଓ ସଭ୍ୟା ମାନେ ଯୋଗ ଦେଇଥିଲେ ଜ୍ଝ
ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମାରୀ ଗମାଙ୍ଗଙ୍କ କରକମଳରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ–ପାରଳାଖେମୁଣ୍ଡି , ଆନ୍ଧ୍ର ବ୍ୟାଙ୍କ ଶାଖା ପରିଚାଳକ- ରାଣୀପେଣ୍ଠ\’ଙ୍କ ସମେତ ବ୍ଲକ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି , କାଶୀନଗର ବ୍ଲକ ପ୍ରକଳ୍ପ ସଂଯୋଜକ , ଜୀବିକା ମିଶନ , କାଶୀନଗର , ପ୍ରଣୀଧାନ ନିରୀକ୍ଷକ ପାର୍ଡଡା , ଉଦ୍ୟାନ ବିଭାଗର କର୍ମକର୍ତ୍ତା , କାଶୀନଗର ପ୍ରମୁଖ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଦଳ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଯୋଗ ଦେଇଥିବା ବିଭିନ୍ନ ବିଭାଗ\’ର କର୍ମକର୍ତ୍ତା ମାନେ ଜଣାଇଥିଲେ ।
ଏଥ୍ସହିତ ବ୍ୟାଙ୍କ ଶାଖା ପରିଚାଳକ ନିୟମିତ ସଂଚୟ , ନିୟମିତ ଋଣ ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୁଣ ଖିଲାପୀ ନହେବା ପାଇଁ ଅନୁରୋଧ କରିଥିଲେ ।
ବ୍ଲକ ପ୍ରକଳ୍ପ ସଂଯୋଳକ , ମିଶନ ଶକ୍ତି ବିଭିନ୍ନ ସ୍ବୟଂ ସହାୟକ ଦଳକୁ ଉଦ୍ଧିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ବିନା ସୁଧରେ ଟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଣନେଇ ଦଳଗତ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଜଣାଇ ଥିଲେ ।
ବ୍ଲକ ପ୍ରକଳ୍ପ ସଂଯୋଜକ , ଜୀବିକା ମିଶନ , କାଶୀନଗର ସ୍ବୟଂ ସହାୟକ ଦଳର ଦଶଟି ସୂତ୍ର ଉପରେ ଆଲୋକପାତ କରିବା ସହ କୁକୁଡ଼ା ପାଳନ , ଛେଳି ପାଳନ ଓ ଗୋ ପାଳନ ପାଇଁ କଣ କଣ ସବୁ ସୁବିଧା ରହିଛି ସେ ବିଷୟରେ ଜଣାଇ ଥିଲେ ଜ୍ଝ ପ୍ରାଣୀଧାନ ନିରୀକ୍ଷକ , ପାର୍ତ୍ତଡା , କୁକୁଡ଼ାପାଳନ ( ଅଣ୍ଡା ଓ ମାଂସ ) ପାଇଁ ସରକାରୀ ଅନୁଦାନ ବିଷୟରେ ଜଣାଇଥିଲେ । ମିଲେଟ ମିଶନର କର୍ମମାନେ ମିଲେଟ କାଫେ , ମିଲେଟ ଚାଷ ଓ ବିକ୍ରି ବଟା ବିଷୟରେ ଅବଗତ କରାଇ ଥିଲେ । ଉଦ୍ୟାନ ବିଭାଗର କର୍ମୀ ଛତୁଚାଷ , ମହୁ ଚାଷ , ଫୁଲ ଚାଷ , ପରିବାଚାଷ ଓ ଫଳ ଜାତୀୟ ଗଛ ରୋପଣ କରି ବର୍ଷସାରା କିପରି ଅମଳ କରିବା ସହିତ ସ୍ବାବଲମ୍ବୀ ହୋଇ ପାରିବେ ସେ ବିଷୟରେ ଜଣାଇ ଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା , ସିସିଡ଼ି , ପାରଳାଖେମୁଣ୍ଡି ପରିଚାଳନା କରିଥିଲେ ଜ୍ଝ ସ୍ଥାନୀୟ ସରପଞ୍ଚ , ସ୍ବଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି , ଟୀକାକରଣ , ଦକ୍ଷତା ବୃଦ୍ଧି ତାଲିମ ମାଧ୍ୟମରେ ସ୍ବାବଲମ୍ବୀ ହେବା ସହ ସ୍ବୟଂ ସହାୟକ ଦଳ କିପରି ଆମ ପଞ୍ଚାୟତରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ , ସେଥ୍ପାଇଁ ସମସ୍ତେ ପ୍ରାୟ କରିବେ ବୋଲି ଆହ୍ୱାନ କରିଥିଲେ ।
ଶେଷରେ କ୍ଷେତ୍ର ସଂଯୋଜକ ଶ୍ରୀ ଏଲିଶାୟା ଗମାଙ୍ଗ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହି ଶିବିରକୁ ସମାପ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031