Indus Valley Times

ଗଜପତି: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶାତ୍ମ ବୋଧକ କବିତା ପାଟୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶାତ୍ମ ବୋଧକ କବିତା ପାଟୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

August 16
12:22 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୬/୮: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଁଣୀ ସମାଜ ସଭା ଗୃହ ଠାରେ ମଙ୍ଗଳବାର ଦିନ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵ ରଚିତ ଦେଶାତ୍ମ୍ ବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ , ସାହିତ୍ୟିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହି ଯେଉଁ ମାନେ ଏହି କଷ୍ଟସାଧ୍ୟ ସ୍ଵାଧୀନତାରେ ଆମକୁ ଉପଲବ୍ଧ କରାଇବାରେ ଆତ୍ମ ବଳିଦାନ ଦେଇ ଯାଇଛନ୍ତି , ସେମାନଙ୍କୁ ସ୍ମରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଲହୁ ଲୁହ ବିନା ଏହି ସ୍ଵାଧୀନତା ସମ୍ଭବ ହୋଇ ନ ଥାନ୍ତା ବୋଲି କହିଥିଲେ ।
ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ପରିଷଦ ସଦସ୍ୟ ଶିକ୍ଷାବିତ୍ ବିଚିତ୍ରା ନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମ ଏକ ସ୍ପନ୍ଦନ ଓ ଆବେଗ ସହ ମନରେ ଏକ ଦେଶାତ୍ମ ବୋଧ ଭାବ ଓ ଉତ୍ସାହ ଜାଗ୍ରତ ହେବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ସମେତ ଦେଶାତ୍ମ ବୋଧକ କବିତା ପାଠୋତ୍ସବର ବିଶେଷତ୍ଵର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ସ୍ବରଚିତ ଦେଶାତ୍ମ ବୋଧକ କବିତା ପାଠୋତ୍ସବ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ସଂଯୋଜନା କରିଥିବା ବେଳେ ୨୦ ଜଣ କବି ଓ କବୟିତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ସ୍ବରଚିତ ଦେଶାତ୍ମ ବୋଧକ ଚିତ୍ତାକର୍ଷକ କବିତା ପାଠ କରିଥିଲେ ।
ଅଂଶଗ୍ରହଣ କରିଥିବା କବି ଓ କବୟିତ୍ରୀ ମାନଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଏକାଡେମୀ ର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଵିଚିତ୍ରା ନନ୍ଦ ବେବର୍ତ୍ତା ପରିଚାଳନା କରିଥିବା ବେଳେ ଶ୍ରୀ ବିଷ୍ଣୁ ପଣ୍ଡା , ମୁରଲୀ ଧର ପରିଛା ଏବଂ ଡମ୍ବରୁ ଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031