Indus Valley Times

ଗଜପତି: ସ୍ୱାୟତ୍ତ-ଶାସନ ଦିବସ’ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 Breaking News

ଗଜପତି: ସ୍ୱାୟତ୍ତ-ଶାସନ ଦିବସ’ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

August 31
19:19 2020

ଗଣେଶ କୁମାର ରାଜୁ ଙ୍କ ରିପୋର୍ଟ

ପାରଳାଖେମୁଣ୍ଡି(ଗଜପତି), ୩୧/୮:ଐତିହାସିକ ସମ୍ପନ୍ନ ପାରଳାଖେମୁଣ୍ଡି ସହର’ର ପୌର-ପରିଷଦ’ରେ  ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳନ ଅବସର’ରେ ଜାତୀୟ ପତାକା ଉତ୍ତୋଳନ , କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଭୃତି ନିରାଡ଼ମ୍ବର ଭାବେ କୋଭିଡ-୧୯’ ଗାଇଡ଼-ଲାଇନ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

 ଉଦବୋଧନ’ରେ ସହର ବାସୀଙ୍କୁ ସ୍ୱାୟତ୍ତ-ଶାସନ ଦିବସ ପାଳନ ଅବସର’ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସହରକୁ ଏକ ସ୍ୱଚ୍ଛ , ପରିମଳ ମୁକ୍ତ ଏବଂ ବାହ୍ୟ ମଳମୁକ୍ତ ସହର ଭାବେ ପରିଗଣିତ କରିବା ସହ ଏକ ସୁନ୍ଦର ଆଦର୍ଶ ସହର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ବଦ୍ଧ ହେବାକୁ ନିବେଦନ କରିଥିଲେ।   

ଅନ୍ୟପକ୍ଷରେ , ସାମ୍ପ୍ରତିକ ମହାମାରୀ କୋଭିଡ-୧୯’ରୁ  ସମ୍ପୂର୍ଣ୍ଣ ମୁକ୍ତ କରିବା ଦିଗରେ ଏହି କରୋନା ମହାମାରୀ’ର ଦୃଢ଼ ମୁକାବିଲା କରିବା ପାଇଁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା , ମୁହଁରେ ମାସ୍କ ପିନ୍ଧିବା , ହାତକୁ ବାରମ୍ବାର ସାବୁନ’ରେ ଧୋଇବା  , ଜନ ଗହଳି ଠାରୁ ଦୁରେଇ ରହିବା , ରାସ୍ତା ଓ ଜନସାଧାରଣ ସ୍ଥାନରେ ଛେପ ନ ପକାଇବା ,  ଅତି ଆବଶ୍ୟକ ନ ହେଲେ ଘରୁ ବାହାରିବା ନାହିଁ , ନିଜେ ସୁରକ୍ଷିତ ରହିଲେ ପରିବାର ସୁରକ୍ଷିତ ରହିବେ । ତେଣୁ ଏ ସମସ୍ତ ଦିଗରେ ଜିଲ୍ଲା ପ୍ରଶାସନ,’କୁ ସମ୍ପୂର୍ଣ୍ଣଭାବେ ସହଯୋଗ କରିବାକୁ ସହରବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଶାହା ନିବେଦନ  କରିଥିଲେ ।

ପୌର-ପରିଷଦ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ଉପସ୍ଥିତ ରହି ପାରଳାଖେମୁଣ୍ଡି ସହର ବାସିନ୍ଦା’ଙ୍କୁ ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଉଥିବା   ବିଭିନ୍ନ ସର୍ବାଧିକ ମୌଳିକ ସୁବିଧା ସୁଯୋଗ , କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ , ପୌର-ପରିଷଦ’ର ରହିଥିବା ଲକ୍ଷ୍ୟ ଓ ସଂକଳ୍ପ ,   ସଫଳତା କାର୍ଯ୍ୟ ପ୍ରଭୃତି ସମ୍ପର୍କରେ କହିବା ସହ  ସହରବାସୀ’ଙ୍କ ରହିଥିବା ସହଯୋଗ ଓ ଦାୟିତ୍ୱ ସମ୍ପର୍କରେ କହିଥିଲେ ।

ଏହି ଅବସର’ରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ , ସ୍ବାସ୍ଥ୍ୟବିଭାଗ ଡାକ୍ତର ଓ କର୍ମଚାରୀ , କୋଭିଡ ଆଣ୍ଟିଜେନ ପରୀକ୍ଷା କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ଏବଂ ପୌର ପରିଷଦ’ର ଅଧିକାରୀ , ରାପିଡ ଆଣ୍ଟିଜେନ ଟେଷ୍ଟିଙ୍ଗ ଦଳ’ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ କରୋନା ଆକ୍ରାନ୍ତକାରୀ ମାନଙ୍କୁ ଅହରହ ଉତ୍ସର୍ଗୀ-କୃତ ସେବା ଯୋଗାଇ ଦେଇ ଆସୁଥିବା ମୋଟ ୨୮ ଜଣ କରୋନା ଯୋଦ୍ଧା’ଙ୍କୁ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା ଉପଢୌକନ , ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । 

ପରେ ପୌର-ପରିଷଦ ପକ୍ଷରୁ ସହର’ର ୫ ନ: ୱାର୍ଡ’ର ସୀତାସାଗର-ରେଳ ଲାଇନ ତଟ ରାସ୍ତା ପାର୍ଶ୍ୱ’ରେ ରାଧାଚୁଡା , କୃଷ୍ଣଚୁଡା କରଞ୍ଜ , ଲିମ୍ବ ଓ ପାଟୁଳି ପ୍ରଭୃତି ଶତାଧିକ ସଂଖ୍ୟାରେ ଚାରା ରୋପଣ କରା ଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମ’ରେ ପୌର-ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ସହକାରୀ ଯନ୍ତ୍ରୀ ସଞ୍ଜୀବ ଚମ୍ପତ୍ତି ରାୟ , କନିଷ୍ଠ ଯନ୍ତ୍ରୀ ଏମ:-ଯୁଧିଷ୍ଠିର ପ୍ରମୁଖ ଚାରା ରୋପଣ କରିଥିବା ବେଳେ ପୌର ପରିଷଦ’ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଚାର ରୋପଣ କାର୍ଯ୍ୟକ୍ରମ’ରେ ସହଯୋଗ କରିଥିଲେ ।

ଏହି ସ୍ୱାୟତ୍ତ-ଶାସନ ଦିବସ-୨୦୨୦  ପାଳନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ପୌର-ପରିଷଦ କାର୍ଯ୍ୟାଳୟ ପରିସରରେ ଅତ୍ୟନ୍ତ ନିରାଡମ୍ବର’ରେ କୋଭିଡ ଗାଇଡ଼-ଲାଇନ ନିୟମ ପ୍ରକାରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏବଂ ମାସ୍କ ପିନ୍ଧି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031